oom

ବରଗଡ ଜିଲ୍ଲା ଓକିଲ ସଂଘର ଟାଟା ପାୱାରକୁ ତାଗିଦ୍ : ଖାମଖିଆଲି ପାୱାର କାଟ ନ କରିବାକୁ ଚେତାବନୀ

jsmm

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଓକିଲ ସଂଘର ସଭାପତି ଚନ୍ଦ୍ରଧ୍ଵଜ ଜାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଟାଟା ପାୱାରର ଉଚ୍ଚ ପଦାଧିକାରୀଙ୍କୁ ସାକ୍ଷାତ କରି ବରଗଡ ସହରରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେମାନେ ଆଲୋଚନାରେ ଜନ ସାଧାରଣଙ୍କ ବିଭିନ୍ନ ଦୈନନ୍ଦିନ ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ସମସ୍ୟାର ପୁନରାବୃତ୍ତି ନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବର୍ତ୍ତମାନ ପାଇଁ ମରାମତି ସକାଶେ ଦୀର୍ଘକାଳୀନ ସଟ୍‌ଡାଉନ୍‌କୁ ସ୍ଥଗିତ ରଖାଯିବା, ବିଦ୍ୟୁତ୍ ଜନିତ ବିଭ୍ରାଟ ପାଇଁ ବିଦ୍ୟୁତ୍ ଉପଭୋକ୍ତା ମାନେ ଟାଟା ପାୱାରର ଅଭିଯୋଗ ନମ୍ବର ୮୦୯୩୦୬୫୬୨୦ ଓ ୧୮୦୦୩୪୫୬୭୯୮କୁ ଫୋନ୍ କରି ନିଜର ଅଭିଯୋଗ ଦରଜ କରିପାରିବେ ଏବଂ ଅତି ଆବଶ୍ୟକ ସ୍ଥଳେ ସେମାନେ ନିଜର ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ସେକ୍ସନ ଅଧିକାରୀ ଯୋଗାଯୋଗ କରିପାରିବେ । ଜିଲ୍ଲା ଓକିଲ ସଂଘର ଅନୁରୋଧ କ୍ରମେ ବିଦ୍ୟୁତ୍ ବିଭାଗର ପୁରୁଣା ବକେୟା ପାଉଣା ଯୋଗୁଁ ବର୍ତ୍ତମାନ ପାଇଁ ବିଦ୍ୟୁତ୍ ସଂଯୋଗ ବନ୍ଦ ହେବ ନାହିଁ କିନ୍ତୁ ଅନୁରୂପ ଭାବରେ ଚାଲୁ ବା କରେଣ୍ଟ ବିଲକୁ ଉପଭୋକ୍ତା ମାନେ ପ୍ରଦାନ କରନ୍ତୁ ବୋଲି ଟାଟା ପାୱାର ଅଧିକାରୀ ମାନେ ଅନୁରୋଧ କରିଥିଲେ । କେବଳ ତ୍ରୁଟିପୂର୍ଣ୍ଣ ବିଲ ପାଇଁ ସଂପୃକ୍ତ ଏସ୍‌ଡିଓଙ୍କ ସହିତ ସିଧାସଳଖ ଯୋଗାଯୋଗ କରି ସମାଧାନ କରିବାକୁ ନିଷ୍ପତି ହୋଇଥିଲା । ଏହି ଯୋଜନାର ସୀମା ଏପ୍ରିଲ ୨୦୨୩ ଯାଏ ଥିବାରୁ ଏହାର ଲାଭ ଉପଭୋକ୍ତା ମାନେ ନିଅନ୍ତୁ ବୋଲି ବିଭାଗୀୟ ଅଧିକାରୀମାନେ ଜଣାଇଥିଲେ ବୋଲି ଜିଲ୍ଲା ଓକିଲ ସଂଘର ସମ୍ପାଦକ ହରିହର ପ୍ରଧାନ ପ୍ରେସ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.