oum

ରାଜ୍ୟ ଯୁବ ଚେସ୍ ଅକ୍ଟୋବର ପହିଲାରୁ

jsm

ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍‌ ସଂଘ ଏବଂ ଏଓସିଏ ସହଯୋଗରେ ରାଜ୍ୟ ୧୧ ବର୍ଷରୁ କମ୍‌ ଚେସ୍‌ (ଓପନ୍‌ ଓ ବାଳିକା) ପ୍ରତିଯୋଗିତା ଅକ୍ଟୋବର ୧ ତାରିଖ ଓ ୨ ତାରିଖରେ କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳାଳି ଏଥିରେ ଭାଗ ନେବେ । ଶ୍ରେଷ୍ଠ ୨ ବାଳିକା ଏବଂ ୨ ବାଳକ ଜାତୀୟ ୧୧ ବର୍ଷରୁ କମ୍‌ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବେ । ଏହା ପରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଡ. ବୈଷ୍ଣବ ପରିଡା ସ୍ମାରକୀ ଚେସ୍‌ ପ୍ରତିଯୋଗିତା ଅକ୍ଟୋବର ୨ ଓ ୩ ତାରିଖରେ ଖେଳାଯିବ । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଏଓସିଏ କୋଷାଧ୍ୟକ୍ଷ ଭବେଶ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.