ବର୍ଥଳା ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବର୍ଥଲା ପଞ୍ଚାୟତ ଯାଦବ ସମାଜର ଏକ ବୈଠକ ରାଘବ ବର୍ଗତ୍ତିଙ୍କ ନିର୍ଦ୍ଦେଶ କ୍ରମେ ବର୍ଥଲା ଗ୍ରାମର ଆମ୍ବ ବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ବ୍ଲକ ଯୁବ ଯାଦବ ସଭାପତି ହରିଶ୍ଚନ୍ଦ୍ର ସୁନାନି, ଉପସଭାପତି ସନ୍ତୋଷ ଖୁଟୁଲା, ଶ୍ରୀମୁଖ ଥପା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଯାଦବ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସମାଜର ଏକତା, ଶିକ୍ଷା, ସ୍ୱାସ୍ଥ, ଅର୍ଥନୈତିକ, ରାଜନୈତିକ ଉପରେ ଅତିଥି ଆଲୋକପାତ କରିବା ସହ ଯାଦବ ସମାଜ ଏକତା ଓ ଅଖଣ୍ଡତା ବଜାୟ ରଖିବାପାଇଁ ଜାତିର ସଂଗଠନର ଆବଶ୍ୟକତା ରହିଛି ବୋଲି ସମ୍ମତି ପ୍ରକାଶ ପାଇଥିଲା । ପରେ ବର୍ଥଲା ପଞ୍ଚାୟତସ୍ତରୀୟ ଯାଦବ ସମାଜର ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅନ୍ତରାମ ବାଗ, ଉପସଭାପତି ଲୋଚନ ବାଗ, ସଂପାଦକ କୀର୍ତ୍ତନ ଭାଟି, କୋଷାଧ୍ୟକ୍ଷ ବ୍ରହ୍ମନନ୍ଦ ପୁଞ୍ଜି ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ସଦସ୍ୟ ଭାବେ ଟିକେଲାଲ ବନଛୋର, ନିତ୍ୟା ଠେଲା, ନିର୍ମଳ ନାଗ, ନବିନ ଘିଭେଲା, ଖେଡୁ ବାଗ, ରଘୁ ମହାକୁର ମନୋନୀତ ହୋଇଥିଲେ । ବୈଠକରେ ଯୁବ ଯାଦବ ସମାଜକୁ ନେଇ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ଏଥିରେ ପ୍ରମୋଦ ବାଗ, କେଶବ ଚନ୍ଦ୍ର ବର୍ଗତ୍ତି, ଦିନେଥ ପୁଞ୍ଜି, ଫରକ ବନଛୋର, ପ୍ରଦୀପ ବାଗ, ସୁନିନ ବନଛୋର, ଯଦୁମଣି ବାଗ, ଜିତୁ ରାଉତ ପ୍ରମୁଖ ମନୋନୀତ ହୋଇଥିଲେ । ଏଥିରେ ଯାଦବ ସମାଜ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ରାଘବ ବର୍ଗତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!