ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ସିଏମ୍ ଟ୍ରଫି ଫୁଟବଲ ନିମନ୍ତେ ଉଭୟ ବାଳକ ଓ ବାଳିକା ବର୍ଗ ପାଇଁ ଆସନ୍ତା ୩୧ ତାରିଖ ଦିନ ସକାଳ ୯ ଘଣ୍ଟା ସମୟରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହେବ । ଏଥିରେ ଯେଉଁ ଖେଳାଳିମାନେ ପୂର୍ବରୁ ରେଜିଷ୍ଟ୍ରେସନ କରିଛନ୍ତି ସେମାନେ କେବଳ ଭାଗ ନେଇ ପାରିବେ । ଖେଳାଳିମାନେ ତାଙ୍କର ଜନ୍ମ ପ୍ରମାଣ ପତ୍ର, ଆଧାର କାର୍ଡ ଏବଂ ପାସପୋର୍ଟ ଫଟୋ ସାଙ୍ଗରେ ଧରି ଆସିବେ । ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦଙ୍କୁ ମୋବାଇଲ ନଂ.୯୯୩୭୪୮୬୧୯୯ ରେ ଯୋଗାଯୋଗ କରିବାକୁ କ୍ରୀଡା ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି ।