centurian jitm

ବଲାଙ୍ଗିର ଜିଲ୍ଲା କୃଷକ ସାଥୀ ସଂଘର କର୍ମକର୍ତା ଚୟନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନହଲଠାରେ କୃଷକ ସାଥୀ ସଂଘ, ଓଡିଶା ଆନୁକୂଲ୍ୟରେ ବଲାଙ୍ଗିର ଶାଖା ୧୪ଗୋଟି ବ୍ଲକରେ କାର୍ଯ୍ୟରତ ଥିବା ୫୪୫ଜଣ କୃଷକ ସାଥୀଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସି.ଡି.ଏ.ଓ. ସୁବାଷ ଚନ୍ଦ୍ର ବେହେରା, ବଲାଙ୍ଗିର, ଡି.ଏ.ଓ. ପ୍ରଶାନ୍ତ ମହାନ୍ତି, ଟିଟିଲାଗଡ ଡି.ଏ.ଓ. ବିଶେଶ୍ୱର ସାହୁ, ବଲାଙ୍ଗିର ହେଡକ୍ୱାର୍ଟର ବି.ଏ.ଓ. ସୁଧାକର ନନ୍ଦ ଓ ବି.ଏ.ଓ. ସେଣ୍ଡ ସାହୁ ଉପସ୍ଥିତ ରହି କୃଷକ ସାଥୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା । ପରେ କୃଷକ ସାଥୀଙ୍କ ଜିଲ୍ଲାସ୍ତରୀୟ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଜିଲ୍ଲା କୃଷକ ସାଥୀ ସଭାପତି ଭାବେ ସୌଦାଗର ସାହୁ, ଉପସଭାପତି ଭାବେ ଜୟଦେବ ସିହ୍ନା, ସଂପାଦକ ଭାବେ କୋଦଣ୍ଡ ଖଦା, ଯୁଗ୍ମ ସଂପାଦକ ଭାବେ ଉଦୟ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଟଙ୍କଧର ବଗର୍ତ୍ତିଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ଏବଂ ଉପଦେଷ୍ଟା କମିଟିରେ ସମସ୍ତ ବ୍ଲକର ସଭାପତିମାନେ ଯୁଗ୍ମ ଭାବରେ ରହିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମକୁ କାଳିନ୍ଦ୍ରୀ ମାଝୀ ଓ କୃଷ୍ଣଚନ୍ଦ୍ର ରଣା (ବଙ୍ଗୋମୁଣ୍ଡା) ପରିଚାଳନା କରିଥିବା ବେଳେ ଗୁଣନିଧି ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ୧୪ଗୋଟି ବ୍ଲକରୁ ଶତାଧିକ କୃଷକ ସାଥୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.