oom

ବଲାଙ୍ଗିର ସହରାଞ୍ଚଳ କୁଲତା ସମାଜର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭଗବତୀନଗର ସ୍ଥିତ କୁଲତା ସମାଜ କାର୍ଯ୍ୟାଳୟ ପରିସରରେ ସଭାପତି ସୁରଥ ପଧାନଙ୍କ ସଭାପତିତ୍ୱରେ କୁଲତା ସମାଜର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ଅଭିଭାଷଣ ପରେ ସମ୍ପାଦକ ଶାନ୍ତନୁ କୁମାର ଭୋଇଙ୍କ ସମ୍ପାଦକ ବିବରଣୀ ପାଠ କଲା ପରେ କୋଷାଧ୍ୟକ୍ଷ ଗୋବର୍ଦ୍ଧନ ପଧାନ ଆୟ ବ୍ୟୟର ବିବରଣୀ ପଠନ କରିଥିଲେ । ସଭାରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ରବିନ୍ଦ୍ର କୁମାର ପଧାନ, ଉପସଭାପତି ଭାବରେ ବୁଡୁ ପଧାନ ଓ ଜ୍ୟୋସ୍ନାମୟୀ ପଧାନ, ସମ୍ପାଦକ ଭାବରେ ବିଦେଶୀ ପଧାନ, ସହସମ୍ପାଦକ ମଧୁ ସାହୁ, କୋଷାଧ୍ୟକ୍ଷ ଭାବରେ ଅଜିତ କୁମାର ଭୋଇଙ୍କୁ ମନୋନୀତ କରାଯାଇଥିଲା ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ରାଜେନ୍ଦ୍ର ପ୍ରସାଦ ସାହୁ, ଶାନ୍ତନୁ ପାତ୍ର, ବୃନ୍ଦାବନ ସାହୁ, ସୁଧିର ଭୋଇଙ୍କୁ ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ପରେ ଆଗାମୀ ଦିନରେ କୁଲତା ସମାଜ ତରଫରୁ ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରକାର ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଯୁବ ସଂଯୋଜକ ଭାବରେ ସୁଦର୍ଶନ ସାହୁ, ସୂର୍ଯ୍ୟ ଭୋଇ, ସଞ୍ଜୀବ ଶାମଲ, ସଂଜୟ ଶେଖର ଭୋଇ, ଜିତେନ୍ଦ୍ର ଭୋଇ, ଲକ୍ଷ୍ମଣ ବିଶ୍ୱାଲ, ନିରଞ୍ଜନ ଗଡତ୍ୟା, ଶୁଶାନ୍ତ ଭୋଇ, ସଚ୍ଚିକାନ୍ତ ପଧାନ, ସୁନିଲ କୁମାର ମାଝିଙ୍କୁ ମନୋନୟନ କରାଯାଇଥିଲା । ସଭାରେ ବରେଣ୍ୟ ସଭ୍ୟ ରାହାସ ବିହାରୀ ମାଝି, ମଧୁ ସାହୁ, ଶାନ୍ତନୁ କୁମାର ପାତ୍ର, ଶଙ୍କର୍ଷଣ ପଧାନ, ବୃଷଭ ସା, ଟଙ୍କଧର ଗଡତ୍ୟା, ବୁଡୁ ପଧାନ, ରବିନ୍ଦ୍ର ପଧାନ, ଜ୍ୟୋସ୍ନାମୟୀ ପଧାନ, କୁନ୍ତଳା ଗଡତ୍ୟା, ପ୍ରହଲ୍ଲାଦ ଭୋଇ, ଶ୍ରୀନିବାସ ସାହୁ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ କୁଲତା ସମାଜର ସଭ୍ୟସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.