oom

ଗମ୍ଭାରି ଗ୍ରାମରେ ପଞ୍ଚାୟତସ୍ତରୀୟ ଫୁଟବଲ ଓ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଚୟନ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରି ପଞ୍ଚାୟତରେ ସରପଞ୍ଚ କୁଳମଣି କୁମ୍ଭାରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତସ୍ତରୀୟ ୧୭ ବର୍ଷରୁ କମ୍‌ ଛାତ୍ରମାନଙ୍କୁ ନେଇ ଫୁଟବଲ ଓ ଖୋ ଖୋ ପ୍ରତିଯୋଗିତା ଶନିବାର ଚୟନ ପ୍ରକ୍ରିୟା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗମ୍ଭାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନବକିଶୋର ସାହୁ, ଦର୍ଲିପାଲି ସରପଞ୍ଚ କାନ୍ତି ବନଛୋର, ସମାଜସେବୀ ପୀତବାସ ଗଡ଼ତ୍ୟା, କାହ୍ନୁଚରଣ ମେହେର, ଅମର ବାଗ, ପିଇଓ ଲିଙ୍ଗରାଜ ବେହେରା, ଜିଆରଏସ ଜଗଦୀଶ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ଓଡିଶା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ବର୍ତ୍ତମାନ ଯୁବ ପିଢ଼ି ଯେମିତି ଖେଳକୁଦରେ ଗ୍ରାମାଞ୍ଚଳରୁ ଓଡିଶାକୁ ଆଗେ ବଢ଼ାଇ ପୂରା ଭାରତ ବର୍ଷରେ ନିଜ ତଥା ଓଡ଼ିଶାର ନାମ ରଖିବେ ସେଥିପାଇଁ ଓଡିଶା ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବର୍ତ୍ତମାନ ଓଡ଼ିଶା ହକି ଖେଳକୁ ଗୁରୁତ୍ୱ ଦେଇ ଆଜି ପୁରା ବିଶ୍ୱ ଦରବାରରେ ନିଜର ଦବଦବା ବଜାୟ ରଖିଛି । ଶନିବାର ଫୁଟବଲ ଖେଳ ଚୟନରେ ୧୫ ଜଣ ଏବଂ ଖୋ ଖୋରେ ୧୨ ଜଣ ଛାତ୍ରଙ୍କୁ ଚୟନ କରାଯାଇଥିଲା । ସୁବା ରାଉତ, ସିମାଞ୍ଚଳ ଭୁଏ, ତୁଲାରାମ ବାଗ ଖେଳ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅକ୍ଷୟ ରଣା, ପ୍ରଶାନ୍ତ ରାଉତ, ରାଜ କୁମାର ବେହେରା, ନାଏବ ସରପଞ୍ଚଙ୍କ ସ୍ୱାମୀ ଏବଂ ପଞ୍ଚାୟତବାସୀ ଉପସ୍ଥିତ ରହି ମନୋରଞ୍ଜନ ନେଇଥିଲେ ।

jittmm
Leave A Reply

Your email address will not be published.