ପାଟଣାଗଡ ଧନୁଯାତ୍ରା ପାଇଁ କର୍ମକର୍ତ୍ତା ଚୟନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡର ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାନୀୟ କଲେଜ ଛକଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଧନୁଯାତ୍ରା କମିଟି ସଭାପତି ଅନିଲ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଚଳିତ ବର୍ଷ କମିଟିରେ ସଭାପତି ଭାବେ ଅନିଲ ମେହେର, ଉପସଭାପତି ଶିଶୁଦେବ ସେଠ, ଇନ୍ଦ୍ରଭୂଷଣ ଠାକୁର ସମ୍ପାଦକ ଘନଶ୍ୟାମ ମେହେର, ସାଧାରଣ ସମ୍ପାଦକ ଅଜିତ ପୁରୋହିତ, ଶେଷଦେବ ମେହେର, କୋଷାଧ୍ୟକ୍ଷ ଗୋଲକ ବାରିକ, ସହସମ୍ପାଦକ ଭାବେ ଗୋପାଳ ରାଉତ ଓ ଜଗବନ୍ଧୁ ପଟେଲଙ୍କୁ ଚୟନ କରାଯାଇଛି । ଚଳିତ ବର୍ଷ ମଧ୍ୟ ପାଟଣାଗଡକୁ ମଥୁରା କରାଯିବାକୁ ସ୍ଥିର ହୋଇଛି । ପୂର୍ବ ବର୍ଷଗୁଡିକରେ ରାମପୁରକୁ ଗୋପପୁର କରାଯାଉଥିବା ବେଳେ ଚଳିତ ବର୍ଷ ଉଲବା ଗ୍ରାମରେ କରାଯିବାକୁ ସ୍ଥିରୀକୃତ ହୋଇଛି । ଚଳିତ ବର୍ଷ ଧନୁଯାତ୍ରା ଆସନ୍ତା ୨୯ ତାରିଖରୁ ଆରମ୍ଭ କରାଯିବାକୁ ସ୍ଥିରୀକୃତ ହୋଇଛି ।

Leave A Reply

Your email address will not be published.