ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ହିତାଧିକାରୀ ଚୟନ କାର୍ଯ୍ୟକ୍ରମ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗତ ୨୬ ଅକ୍ଟୋବରରେ କଳାକାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଅବସରରେ ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁରୁ କଳାକାର ଭାବେ ଅନେକ ବ୍ୟକ୍ତି ଆବେଦନ କରିଥିଲେ । ତେବେ ଗତ ୨୬ ଅକ୍ଟୋବରରୁ ଗତ ୨୭ ଅକ୍ଟୋବର ପର୍ଯ୍ୟନ୍ତ ମୋଟ ୧୪୪ ଜଣ ଆବେଦନକାରୀ ଉପସ୍ଥିତ ହୋଇଥିଲେ । ଏହି କଳାକାର ଚିହ୍ନଟ କାର୍ଯ୍ୟକ୍ରମର ଚୟନ କମିଟିରେ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଲଙ୍କ ସହିତ ବ୍ଲକ କଳା ଓ ସଂସ୍କୃତି ସଂଘର ଉପସଭାପତି କାର୍ତ୍ତିକେଶ୍ୱର ସାହୁ, ବିଶିଷ୍ଟ ଆକାଶବାଣୀ କଳାକାର ହରିଶ୍ଚନ୍ଦ୍ର ବାରିକ, ଗାୟିକା ହାରାବତୀ ମେହେର, ଅମିଲ ପୁଟେଲ ଏବଂ ଭକ୍ତବନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!