ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାର ଗରିବ ହିତାଧିକାରୀମାନଙ୍କ ଉଦେଶ୍ୟରେ ବିଭିନ୍ନ ଯୋଜନା କରିଛନ୍ତି । ରାଜ୍ୟରେ କେହିବି ଯେମିତି ଭୋକିଲା ନ ରହିବେ, ସେଥି ପାଇଁ ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ବଣ୍ଟନ କରୁଛନ୍ତି । କିନ୍ତୁ ଗାଁର ଚିତ୍ର ଦେଖିଲେ ଯୋଜନା କାହାପାଇଁ ବୋଲି ପ୍ରଶ୍ନବାଚୀ ଉଠିଛି । ଗାଁ ଗଣ୍ଡାରେ ଦଲାଲ ମାନେ ଘରକୁ ଘର ବୁଲି ହିତାଧିକାରୀଙ୍କ ୧ଟଙ୍କିଆ ଚାଉଳକୁ କିଣି ଚଢ଼ା ଦରରେ ବିକ୍ରିବଟା କରୁଥିବାର ଦେଖିବାକୁ ମିଳୁଛି । ସରକାର ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଥିବା ବେଲେ ଗାଁଗଣ୍ଡାରେ ଦଲାଲ ମାନେ କେମିତି ନିଜ ମୁନାଫା ପାଇଁ ବ୍ୟବସାୟ କରୁଛନ୍ତି, ତାହାର ତଦନ୍ତ ପାଇଁ ଦାବୀ ହେଉଛି । ଯୋଗାଣ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ ହେଉଛି ।