
ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ପାଳିତ ହୋଇଯାଇଛି । ମନ୍ଦିର ପରିସର ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ବିନା ଭକ୍ତରେ ମହାପ୍ରଭୁଙ୍କ ହୋମ ଓ ଦେବ ରୀତିନୀତି କାର୍ଯ୍ୟ ସମାପନ ହୋଇଛି । ମନ୍ଦିର ଟ୍ରଷ୍ଟ ସଦସ୍ୟ ମଧୁସୂଦନ ଦାସ ହୋମରେ ରହିଥିବା ବେଳେ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ମହେଶ୍ୱର ପଣ୍ଡା, ବାବୁଲା ପାଣି ପ୍ରମୁଖ ନୀତି କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିର ଟ୍ରଷ୍ଟି ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ମନ୍ଦିରରେ ପହଁଚି ନୀତି କାର୍ଯ୍ୟ ସୂଚାରୁ ରୁପେ ପାଳନ କରିବା ସହ ନବଯୌବନ ଦର୍ଶନ କରିଥିଲେ । ଆଜି ଠାରୁ ତିନି ଦିନ ମହାପ୍ରଭୂ ନବଯୌବନ ଦର୍ଶନ ଦେବେ । ଜୁଲାଇ ୧୨ତାରିଖରେ ବିନା ଭକ୍ତରେ କେବଳ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ରଥଯାତ୍ରା କରାଯିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।