ସର୍ତ୍ତକୁ ଅମାନ୍ୟ କରିବାରୁ ମିଲର୍‌ମାନଙ୍କ ବିରୁଦ୍ଧରେ ଚାଷୀମାନେ ଅଭିଯୋଗ ସ୍ୱରୂପ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ବାଘଳା ପଞ୍ଚାୟତର ଚାଷୀମାନେ ନିଜର ଧାନକୁ କିଭଳି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ମୂଲ୍ୟ ଦେଇ ବିକ୍ରୟ ହୋଇପାରିବ ସେନେଇ ଏକ ସ୍ମାରକପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବୀ ଓ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ’ ପୂର୍ବରୁ ବାଘଳା ଗ୍ରାମ ପଞ୍ଚାୟତରେ ଏକ ବୈଠକ ବସିଥିଲା । ଉକ୍ତ ବୈଠକରେ ମା’ ବଙ୍କେଶ୍ୱରୀ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ସୋସାଇଟିସ୍ତରରେ ଧାନକିଣା କମିଟି ଏବଂ ଗ୍ରାମ୍ୟସ୍ତରରୁ ଧାନକିଣା କମିଟି ୨୫୦ ଜଣ ଚାଷୀଙ୍କ ଉପସ୍ଥିତ ଥିବା ସହ ଚାରିଜଣ ମିଲର୍ ମଧ୍ୟ ଉପସ୍ଥିତ ଥିଲେ । ମିଲର୍‌ମାନଙ୍କ ନାମ ହେଉଛି ଆଙ୍ଗୁ ଗ୍ରାମର ସାଇତାରିଣୀ ରାଇସ୍ ମିଲ୍, ହିଣ୍ଡୁଳା ଗ୍ରାମର ଅମରେଶ୍ୱର ରାଇସ୍ ମିଲ୍, ଭାଟକୁମରଡ଼ାର ଶିବଶକ୍ତି ରାଇସ୍ ମିଲ୍, ତାରାତାରିଣୀ ରାଇସ୍ ମିଲ୍ ମାଲିକମାନଙ୍କର ମୁଖ୍ୟଙ୍କ ସମେତ ଏହି ବୈଠକରେ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଚାଷୀମାନେ କହିଥିଲେ ଯେ’ ଆମ ଧାନର ମୂଲ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଯାହା ଦର ରହିଛି ତାହା ସହ ଆଖା ମଧ୍ୟ ଦିଆଯାଉ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ମିଲର୍‌ମାନେ ଚାଷୀମାନଙ୍କ କଥାକୁ ନ ଶୁଣି ଅବମାନନା କରିଛନ୍ତି । ଯାହାକି, ୭୭ କେ.ଜି.କୁ ୧୬୦୦ ଟଙ୍କା ଦରରେ ଦିଆଯିବ ବୋଲି କହିଥିଲେ ଓ ଅଖା ଦେବାକୁ ମନା କରିଥିଲେ । ଚାଷୀମାନଙ୍କୁ ୧୦୦ କେ.ଜି. ଧାନ ବଦଳରେ ୧୦୬ କେ.ଜି. ଧାନ ଦେବା ପାଇଁ ରାଇସ୍ ମିଲରମାନେ ବାଧ୍ୟ କରିଥିଲେ । କିନ୍ତୁ ଚାଷୀମାନେ ରାଜି ନହୋଇ ମନା କରି ଦେବାରୁ ଚାଷୀଙ୍କ କଥାକୁ ଅବମାନନା କରି ସଭାରୁ ଉଠି ମିଲର୍‌ମାନେ ପଳାଇଥିଲେ । ତେବେ ଏନେଇ ସୋମବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉକ୍ତ ସମସ୍ୟା ସମ୍ପର୍କ ଉପସ୍ଥାପନା ସହ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏ ସମ୍ପର୍କିତ ଏକ ସ୍ମାରକପତ୍ର ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଡ କଲେକ୍ଟର ଦୀପକ କୁମାର ଜେନାଙ୍କୁ ପ୍ରଦାନ କରିଥିଲେ । ଉକ୍ତ ସମସ୍ୟାର ଖୁବ ଶୀଘ୍ର ସମାଧାନ କରିବାକୁ ଚାଷୀମାନେ ଦାବୀ କରିଥିଲେ ।

Leave A Reply

Your email address will not be published.