ମଣ୍ଡି ପରିଦର୍ଶନ କଲା ଚାଷୀ ସଙ୍ଗଠନ : ଧାନ ନ ଉଠିଲେ ଆନ୍ଦୋଳନ

ବେଲପଡ଼ା, (ସିପୁନ ଖମାରୀ) : ଆଜି ବେଲପଡ଼ା ବ୍ଲକର ବିଭିନ୍ନ ଧାନମଣ୍ଡିକୁ ପରିଦର୍ଶନ ପାଇଁ ଯାଇଥିଲେ କୃଷକ ସଙ୍ଗଠନର କର୍ମକ‌ର୍ତ୍ତା । ଧାନମଣ୍ଡିମାନଙ୍କୁ ହେଉଥିବା ଦୁର୍ନୀତି, ଚାଷୀ ଶୋଷଣ, ଟୋକନ ବ୍ୟବସ୍ଥା ଓ ଟାର୍ଗେଟ ସମସ୍ୟା ବିଷୟରେ ବିଭିନ୍ନ ଧାନମଣ୍ଡି ବୁଲି ଚାଷୀମାନଙ୍କ ସହିତ କୃଷକ ସଙ୍ଗଠନର କର୍ମକ‌ର୍ତ୍ତା ଆଲୋଚନା କରିଥିଲେ । ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ସଙ୍ଗଠନ ଅଭିଯୋଗ ମଧ୍ୟ କରିଛି । କପାଣି, ଧୁମାଭଟା, ଘାଗୁର୍ଲି ଓ ଜୁବା ମଣ୍ଡିର ପ୍ରାୟ ୨୦୦ ଜଣ ଚାଷୀଙ୍କ ଟୋକନ ଲେପ୍ସ ହେଇଥିବା ସଙ୍ଗଠନ କହିଛି । ଖରା, ବର୍ଷା ଓ ଶୀତ କାକରରେ ମଣ୍ଡିମାନଙ୍କୁ ହଜାର ହଜାର ଧାନ ପ୍ୟାକେଟ୍ ପଡ଼ିଥିବା ଦେଖି ଚିହିଁକି ଉଠିଥିଲେ ଚାଷୀନେତା । ସେପଟେ ସମଶ୍ୟାର ସମାଧାନ ନହେଲେ ପୁଣି ପଶ୍ଚିମ ଓଡ଼ିଶା ସ୍ତରରେ ବଡ଼ ଧରଣର ଆନ୍ଦୋଳନ ପାଇଁ ଚାଷୀ ସଙ୍ଗଠନ ସଜବାଜ ହେଉଥିବା ଖବର ଜଣାପଡ଼ିଛି । ପ୍ରତିନିଧି ମଣ୍ଡଲିରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ସଦଶ୍ୟ ଚାଷୀନେତା ଅଚ୍ୟୁତ ଖମାରୀ, ଜୟ ମେହେର, କୁର୍ତିବାଷ ବୁଡ଼େକ, ମୁଷୁରୁ ରାଉତ, କହ୍ନେଇ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.