oum

ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

jsm

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭାଳୁଜୁରୀ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ମୃତକଙ୍କ ଚାଷୀ ନାଁ ଯୁଧୁଷ୍ଟିର ଭୋଇ(୪୦) । ସେ ଶନିବାର ସନ୍ଦ୍ୟା ୭ .୩୦ ସମୟରେ ନିଜ କ୍ଷେତ ଆଡୁ ଘରକୁ ଫେରିଥିଲେ । ତେବେ ଘରକୁ ଆସି ନିଜ ପରିବାର ଲୋକଙ୍କୁ କୀଟନାଶକ ବିଷ ପିଇ ଦେଇଥିବା କହିଥିଲେ । ପରିବାର ଲୋକ ସାଙ୍ଗେ ସଙ୍ଗେ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ । ସେଠାରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ନେଇ ସେଠାରେ ଚିକିତ୍ସା କରାଯାଉଥିବା ସମୟରେ ଗତକାଲି ଦିନବେଳା ୩ଟାରେ ମୃତ୍ୟୁ ହୋଇଥିଲା । ମୃତକ ଚାଷୀ ଜଣକ ଅନ୍ୟ ଗ୍ରାମର ତେଜରାମ ମାଝୀ ଓ ଗଙ୍ଗାଧର ମାଝୀ ୫ ଏକର ଜମିକୁ ଭାଗ ଚାଷୀ ଭାବେ ନେଇ ତଥା ନିଜ ୨ ଏକର ଜମିରେ ଚାଷ କରିବା ପାଇଁ ତଳି ପକାଇଥିଲେ ହେଲେ ବର୍ଷାର ଅଭାବ ଯୋଗୁଁ ତଳି ଲଗାଇ ପାରିନଥିଲେ ବୋଲି ମୃତକ ଚାଷୀଙ୍‌ଙ୍କ କାକା ଜଗଦୀଶ ଭୋଇ କହିଛନ୍ତି । ମୃତକ ଚାଷୀ ଯୁଧିଷ୍ଠିର ଭୋଇଙ୍କ ୭ ଓ ୫ ବର୍ଷର ଦୁଇ ଝିଅ ଅଛନ୍ତି । ଆଜି ସୋମବାର ପରିବାର ଲୋକେ ଶବ ସତ୍‌କାର କରିଥିବା ଜଣାପଡିଛି । ମୃତକ ଚାଷୀ ଯୁଧିଷ୍ଠିର ପରିବାରର ଜଣେ ରୋଜଗାରକ୍ଷମ ଥିବାରୁ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.