ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାର ପାଇଁ ରାତି ଅନିଦ୍ରା, ଲାଗିଛି ଲମ୍ବା ଲାଇନ । ଏ ହେଉଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତର ଦୃଶ୍ୟ । ସାର ଆସିଥିବା ଶୁଣିବା ପରେ ରାତି ୩ଟାରୁ ଆଧାର କାର୍ଡ ଆଣି ଲାଇନ ଲଗାଇଥିଲେ ଚାଷୀ । କିନ୍ତୁ ଚାଷୀମାନଙ୍କୁ ପେକ୍ସ କର୍ମୀ ମାନଙ୍କ ସାର ଦେବାର ଅନିୟମିତତାକୁ ନେଇ ଆଖପାଖ ସମସ୍ତ ଚାଷୀ ଭାଇମାନେ ଆଜି ଧଣ୍ଡାମୁଣ୍ଡା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଥିବା ନଜରକୁ ଆସିଛି । ସରକାରଙ୍କ ବିରୋଧରେ ନାରାବାଜି କରି ଚାଷୀ ମାନଙ୍କୁ ନିୟମ ହିସାବରେ ପର୍ୟ୍ୟାପ୍ତ ସାର ବଣ୍ଟନ କରାଯାଉ ବୋଲି ଚାଷୀ ମାନେ ହୁଙ୍କାର କରିଛନ୍ତି । ପ୍ରଶାସନର କୌଣସି ଅଧିକାରୀ ଚାଷୀମାନଙ୍କ ଅଭିଯୋଗ ଶୁଣିବାକୁ ଆସିନାହାନ୍ତି । ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ପରେ ସମସ୍ତେ ଧାରଣାରୁ ଓହରି ଥିବାବେଳେ ଆଗାମୀ ଦିନରେ ଯଦି ଚାଷୀ ମାନଙ୍କ କଥା ସରକାର ଶୁଣିବ ନାହିଁ ତାହେଲେ ରାଜରାସ୍ତାରେ ଆନ୍ଦୋଳନକୁ ଓଲ୍ହାଇବେ ଚାଷୀ ମାନେ ଚେତାବନୀ ଦେଇଛନ୍ତି ।