ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧନ ଶୁଳୀ ପଞ୍ଚାୟତର ସାନ କର୍ଲାକୋଟ ଗ୍ରାମର ଚାଷୀ ମୋହନ ହରିଜନ (୪୦) ଙ୍କ ଅପରାହ୍ନରେ ବଜ୍ରପାତ ହେତୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହରିଜନ ଅପରାହ୍ନରେ କ୍ଷେତକୁ ଯାଇଥିବା ବେଳେ ପ୍ରବଳ ଘଡଘଡି ସହ ବର୍ଷା ହେବାରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ଠିକ୍ ସେତିକି ବେଳେ ବଜ୍ରପାତ ହେତୁ ସେ ବେହୋସ ଅବସ୍ଥାରେ ପଡ଼ିଯାଇଥିଲି । ଖବର ରାଷ୍ଟ୍ର ହେବା ପରେ ପରିବାର ଓ ସମ୍ପର୍କୀୟମାନେ ଏକ ବୋଲେରୋ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ଜୟପାଟଣା ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
