jayashree

ଚାଷୀ ଆତ୍ମହତ୍ୟା ଘଟଣାରେ ପରିବାର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ଲାଗିଛି ନେତାଙ୍କ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମ ପଞ୍ଚାୟତର ବରଙ୍ଗ ଗ୍ରାମର ଚାଷୀ ବନମାଳୀ ପେଣ୍ଠେଇଙ୍କ (୬୪) ଆତ୍ମହତ୍ୟା ଘଟଣାରେ ପରିବାର ଲୋକଙ୍କୁ ସମବେଦନା ଜଣାଇବା ନିମନ୍ତେ ମୃତକଙ୍କ ଘରକୁ ଭେଟିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତ୍ତୃବର୍ଗଙ୍କ ଭିଡ଼ ଲାଗିଛି । ଶୁକ୍ରବାର ଏହି ଗ୍ରାମକୁ ଦଳୀୟ ବିଜେଡ଼ି ନେତା ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଭୃଗୁ ବକ୍ସିପାତ୍ର, ଶଙ୍କର ଦାଶ, ଟି.ଚନ୍ଦ୍ର ଶେଖର ରାଓ ପ୍ରମୁଖ ଗଞ୍ଜାମ ଜିଲ୍ଲାର ବହୁ ପୁରୁଖା ନେତ୍ତୃବର୍ଗଙ୍କ ସମାଗମ ହୋଇଥିବାର ଦେଖି ବାକୁ ମିଲିଥିଲା । ଅନ୍ୟପକ୍ଷେ ଶାସକ ଦଳର ନେତା ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ତଥା ଦଳୀୟ ଶାସକ ବିଜେପି ନେତା କର୍ମୀ ତଥା ନେତ୍ତୃବର୍ଗଙ୍କ ଉକ୍ତ ଗାଁକୁ ଆସି ମୃତକଙ୍କ ଘର ଲୋକଙ୍କୁ ଭେଟି ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଥିବା ବେଳେ ଏହି ୨ ଦଳର ଏକ ପ୍ରତିଯୋଗିତା ସ୍ୱରୂପ ଦଳୀୟ ନେତାଙ୍କ ନିଆରା ଭୂମିକା ପ୍ରଦର୍ଶନ ହେଉଥିବା ସ୍ପଷ୍ଟ କରେ । ଏହା ଏକ ବିଜେପି ଓ ବିଜେଡ଼ି ଦଳୀୟ ନେତାଙ୍କ ମଧ୍ୟରେ ପ୍ରତିଯୋଗିତାର ଉଷ୍ମତା ସହ ଏକ ଭିନ୍ନ ରାଜନୀତିକ ଆଲୋଡନ ସୃଷ୍ଟି କରିଛି । ଯାହାକି ବିରୋଧୀ ବିଜେଡ଼ି ଦଳୀୟ ନେତା କର୍ମୀମାନଙ୍କ ଗହଳ ଚହଳ ଦେଖାଯାଉଛି ଏବଂ ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇ ଚାଷୀଙ୍କୁ କ୍ଷତି ପୂରଣ ଦାବୀ କରିବା ଆଦି ଶାସକ ବିଜେପିଦଳକୁ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମୁଣ୍ଡ ବ୍ୟଥା କରିଦେଇଛି । ବିରୋଧୀ ବିଜେଡ଼ି ପକ୍ଷରୁ ଏହି ଗାଁକୁ ଆସିବା ଗଞ୍ଜାମ ଜିଲ୍ଲାର ଅନ୍ୟନ୍ୟା ଅଞ୍ଚଳ ଗସ୍ତ କରି ବିଭିନ୍ନ ବିଲ, ପଦରମାଳରେ ଅବସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା, ବୁଲି ଦେଖିବା, ଫସଲ କ୍ଷୟକ୍ଷତିର ଆକଳନ କରିବା ତାହା ପୁଣି ପ୍ରଶାସନକୁ ଦୋହରାଇ ଦେଉଛି । ଏହା ଯେ’ ମଧ୍ୟ ଶାସକ ବିଜେପି ପାଇଁ ଏକ ଚ୍ୟାଲେଞ୍ଜ କରିଛି, ଆଉ ଗଞ୍ଜାମ ବିଜେପି ଦଳକୁ ହଟଚମ୍ପଟ ସୃଷ୍ଟି କରିଥିବା ପରି ଦୃଶ୍ୟମାନ ହୁଏ ।

Leave A Reply

Your email address will not be published.