oom

ଆର୍‌କେଡିର ନିର୍ମାଣାଧୀନ ବିଜୁ ଫୋର ୱେ ରାସ୍ତା ଭାଙ୍ଗିଲା : ବର୍ଷା ପାଣି ନଷ୍ଟ କଲା ଚାଷୀଙ୍କ ଧାନଜମି

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଖଇରାଠାରେ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଫୋର ୱେ ରାସ୍ତା ଲଗାଣ ବର୍ଷାରେ ଭାଙ୍ଗି ଯିବାରୁ ତେତେଲ ମୁଣ୍ଡା ନାଳର ବର୍ଷା ପାଣିରେ ବୋଡେନ ବ୍ଲକ ଖଇରା ଗ୍ରାମର ଦଶ ଜଣ ଚାଷୀଙ୍କ ପ୍ରାୟ ଏଗାର ଏକର ଧାନ ଚାଷ ଜମି ଜଳମଗ୍ନ ହୋଇ ଧୋଇକି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ରାସ୍ତାକୁ ଆର୍‌କେଡି ଠିକା କମ୍ପାନୀ କରୁଥିବା ବେଳେ ତାଙ୍କ ପିଏମ୍‌ ସତ୍ୟ ନାରାୟଣ ଜେନା ଏଥିପାଇଁ ଆମ୍ଭେ ଦାୟୀ ନୋହୁଁ ବୋଲି ମନ୍ତବ୍ୟ ଦେଇଛନ୍ତି । ଏହି ପୀଡିତ ଚାଷୀମାନେ ହେଲେ ଭମର ସିଂ ମାଝୀ, ଗବରୁ ମାଝୀ, ଡମ୍ବରୁ ମାଝୀ, ନନ୍ଦ ମାଝୀ, ଗଦାଧର ମାଝୀ, ଦୁଲାର ମାଝୀ, ତେଜୁ ମାଝୀ, କୁବେର ମାଝୀ, ବୁଟି ମାଝୀ, ଓ ଅଖିଳ ମାଝୀ । ଏମାନେ କାହାକୁ ଗୁହାରି କରିବେ ବୁଦ୍ଧି ଦିଶୁନି ବୋଲି ଗଣମାଧ୍ୟମ ସାମନାରେ ବୟାନ ଦେଇଛନ୍ତି । ଏଣୁ ରାସ୍ତା ଏସ୍‌ଡିଓ ସମେତ ତହସିଲଦାର, ଆରକେ୍‌ଡି କମ୍ପାନୀ ଏଥିର କ୍ଷୟ କ୍ଷତି ଆକଳନ କରି ଭରଣା ନଦେଲେ ଆମେ ରାଜରାସ୍ତାକୁ ଓହ୍ଲେଇବୁ ବୋଲି ଚେତାବନୀ ଦେଇଛନ୍ତି । ଏଣୁ ବିଭାଗୀୟ କତ୍ତୃପକ୍ଷ ଏଥିପାଇଁ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.