oom

ଚର୍ଚ୍ଚାରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତିରେ ପାଦ ଦେବାର ମାତ୍ର ଗୋଟାଏ ବର୍ଷ ହୋଇଛି ହେଲେ ତାଙ୍କୁ ନେଇ ଚର୍ଚ୍ଚା ଏବେ ଖୁବ୍ । ଏ ଚର୍ଚ୍ଚା କେବଳ ତାଙ୍କ ନିଷ୍ଠା, ପରିଶ୍ରମ ଓ କାମ ପାଇଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ନିଜ ଅଞ୍ଚଳରେ ତାଙ୍କର କାମ କରିବାର ଶୈଳୀ ଓ ଜନତା ସହ ସମ୍ପର୍କ ରଖିବାର ନିଆରା କଳା ପାଇଁ ସରପଞ୍ଚ ଅର୍ପିତା ପଣ୍ଡା ଖୁବ୍ ଲୋକପ୍ରିୟ । ନିଜ ପଞ୍ଚାୟତରେ ଥିବା ୮ ଖଣ୍ଡ ଗ୍ରାମର ବିକାଶର ଦାୟିତ୍ଵ ଏବେ ତାଙ୍କ ଉପରେ ରହିଛି । ତ୍ରିସ୍ତରୀୟ ନିବାର୍ଚନରେ ବିଜୟୀ ହେବା ପରେ ଚୁପ୍ ବସି ନାହାଁନ୍ତି ସରପଞ୍ଚ ଅର୍ପିତା । ପ୍ରତିଦିନ କିଛି ନା କିଛି କାମ କରୁଛନ୍ତି । ସକାଳ ହେଲେ ବିଭିନ୍ନ ଗାଁକୁ ଯାଉଛନ୍ତି, ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ବିଭିନ୍ନ ସ୍କୁଲକୁ ଯାଇ ଶିକ୍ଷକମାନଙ୍କ ସହିତ ଆଲୋଚନା କରି ସମସ୍ତ ସ୍କୁଲର ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଏହି ମହିଳା ସରପଞ୍ଚ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରୀତିମତ ପ୍ରୟାସ ଜାରି ରଖିଛନ୍ତି ସରପଞ୍ଚ ଅର୍ପିତା ପଣ୍ଡା । ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠୁ ଶିକ୍ଷା, ସ୍ୱାସ୍ଥ୍ୟ, ବାର୍ଦ୍ଧକ୍ୟ ଭତ୍ତା ଆଦି ଯୋଜନା କିଭଳି ପ୍ରକୃତ ହିତାଧିକାରୀଙ୍କୁ ମିଳିବ ତାହାର ତଦାରଖ କରୁଛନ୍ତି । ଖେଳ ପ୍ରତିଯୋଗିତା ଠୁ ଆରମ୍ଭ କରି ନାମଯଜ୍ଞ ପର୍ଯ୍ୟନ୍ତ ସମସ୍ତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସରପଞ୍ଚ ଅର୍ପିତା ଉପସ୍ଥିତ ରହିଥାନ୍ତି । ଜଣେ ନାରୀ ହୋଇଥିବାରୁ କିଭଳି ଭାବରେ ନାରୀମାନେ ଘରେ ରହି କିଛି କାମ କରି ରୋଜଗାର ପାଇପାରିବେ ସେଥିପାଇଁ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ୍ ମାଧ୍ୟମରେ ନାବାର୍ଡର ସହାୟତା ନେଇ ନିଜ ଗ୍ରାମରେ ପ୍ରାୟ ୩୦ ଜଣ ମହିଳାଙ୍କୁ ମାଣ୍ଡିଆ ପ୍ରକ୍ରିୟାକରଣ କରିବା ପାଇଁ ଏକ ତାଲିମର ବ୍ୟବସ୍ଥା କରିଛନ୍ତି ସରପଞ୍ଚ ଅର୍ପିତା । ଆଗାମୀ ଦିନରେ ନିଜ ଗ୍ରାମ ପଞ୍ଚାୟତର ପ୍ରତିଟି ଗ୍ରାମରେ ମହିଳାମାନେ କିପରି ରୋଜଗାର କରିପାରିବେ ସେଥିପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ଦିନ ରାତି ଏଭଳି କାମ ଓ ନିଷ୍ଠା ଦେଖି ଏବେ ସ୍ଥାନୀୟ ଅଞ୍ଚଳରେ ଲୋକେ ଖୁବ୍ ପ୍ରଶଂସା କରୁଥିବା ମତପ୍ରକାଶ ପାଇଛି । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘର ସଭାନେତ୍ରୀ ଓ ବରଗଡ଼ ଜିଲ୍ଲା ସରପଞ୍ଚ ସଂଘର ଉପସଭାନେତ୍ରୀ ଭାବେ କାର୍ଯ୍ୟରତ ଥିବା ଅର୍ପିତା ପଣ୍ଡାଙ୍କୁ ଆଜି କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଂଘ ତରଫରୁ ଆୟୋଜିତ ହୋଇଥିବା ଭିଜନ କଳାହାଣ୍ଡି ଭବାନୀପାଟଣାର ଟାଉନ ହଲ୍‌ ଠାରେ ରାଷ୍ଟ୍ରୀୟ ସରପଞ୍ଚ ସଂଘର ଯୁଗ୍ମ ସମ୍ପାଦିକା ଭାବରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟରାମ ପଲସାନିଆ ନିଯୁକ୍ତି ପତ୍ର ଦେଇଥିଲେ । ତେବେ ଏ ସବୁ ପାଇଁ ସେ ଆହୁରି କିଛି କରିପାରିବେ ବୋଲି କହି ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି ।

jittmm
Leave A Reply

Your email address will not be published.