jayashree

ବୋରୱେଲରେ ସୁନା ବାହାରିବା ନେଇ ଚର୍ଚ୍ଚା : ଘଟଣା ସ୍ଥଳରେ ପହଞ୍ଚିଲା ପ୍ରଶାସନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ସୁନା ଖଣି ଥିବା ନେଇ ଚର୍ଚ୍ଚା । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁର ଜାବେଦ ମହମ୍ମଦ ନାମକ ଜଣେ ଚାଷୀ ଛଞ୍ଚାଣ ବାହାଲି ଗାଁ ନିକଟରେ କିଛିଦିନ ତଳେ ଏକ ଗଭୀର ନଳକୂପ ଖୋଲିଥିବା ବେଳେ ଗୁରୁବାର ମଟର ଖଞ୍ଜି ପାଣି ବାହାର କରିଥିଲେ । ଏଥିରେ ସୁନାଭଳି ଚକ୍ ଚକ୍ କରୁଥିବା ପଦାର୍ଥ ବାହାରୁଥିବା ଚାଷୀ ଜଣକ ଦେଖିଥିଲେ । ଏହାପରେ ଏହା ସୁନା ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଥିଲେ । ଏନେଇ ସ୍ଥାନୀୟ ପ୍ରଶାସନ ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ରମାକାନ୍ତ ସାହୁ, ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଘଟଣା ସ୍ଥଳରେ ଶୁକ୍ରବାର ପହଞ୍ଚି ଚାଷୀଙ୍କୁ ଭେଟି ପଚାରିବା ସହ ସୁନା ଭଳି ପଦାର୍ଥ ମିଶା ଚକ ଚକ୍ କରୁଥିବା ବାଲି ସଂଗ୍ରହ କରିଥିଲେ । ଏହି ଖବର ପ୍ରଚାରିତ ପରେ ଗଭୀର ନଳକୂପ ପାଖରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏନେଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ଗଭୀର ନଳକୂପ ଖନନ ବେଳେ ବାହାରିଥିବା ଚକ୍ ଚକ୍ କରୁଥିବା ମାଟି ସଂଗ୍ରହ କରିଛୁ । ଜିଲ୍ଲା ଖଣି ବିଭାଗ ସହ ଆଲୋଚନା ହୋଇଛି, ସଂଗୃହୀତ ବାଲି ପରୀକ୍ଷା ପରେ ପ୍ରକୃତରେ ସୁନା କି ନୁହଁ ତାହା ଜଣାପଡ଼ିବ ବୋଲି କହିଛନ୍ତି ।

Leave A Reply

Your email address will not be published.