ବରଗଡ଼ ବ୍ଲକସ୍ତରୀୟ ଚାରାରୋପଣ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକସ୍ତରୀୟ ଚାରାରୋପଣ କାର୍ଯ୍ୟକ୍ରମ ବରଗଡ଼ ବରିଷ୍ଠ ଶିକ୍ଷା ଅଧିକରିଣୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସରସରା ଉ ପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଚାରା ଲଗାଇ ତାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଉତ୍ସାହିତ କରି ଥିଲେ । ଅନ୍ୟତମ ଅତିଥି ଭାବରେ ସରସରା ସରପଞ୍ଚ ଶ୍ରୀମତୀ ସୀମା ଭୋଇ, ଅନ୍ୟାନ୍ୟ ପିଆରଆଇ ସଭ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଯୋଗ ଦେଇଥିଲେ । ଏବିଇଓ ଦିଲ୍ଲୀପ ମେହେର ଓ ଲଜ୍ଜିତା ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଟ ସାହୁ ଓ ସବୁ କ୍ଲଷ୍ଟରର ସିଆରସିସି, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହାୟତା କରିଥିଲେ । ପ୍ରାୟ ୩୦୦ ଗୋଟି ଚାରା ରୋପଣ କରାଯାଇଥିଲା ।

Leave A Reply

Your email address will not be published.