ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାସ୍ତରୀୟ ଚାରାରୋପଣ ପର୍ୟ୍ୟାଲୋଚନା ଓ ସମନ୍ୱୟ ସମିତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଭ୍ୟ ଆବାହକ ଖଣ୍ଡୀୟ ବନଖଣ୍ଡ ଅଧିକାରୀ ସଭାପତି ତଥା ଜିଲ୍ଲାପାଳ ଓ ଅନ୍ୟାନ୍ୟ ସମିତି ସଭ୍ୟଙ୍କୁ ସ୍ଵାଗତ କରି ଗତ ତିନିବର୍ଷ ମଧ୍ୟରେ ଜିଲ୍ଲାରେ କାର୍ୟ୍ୟକାରୀ ହୋଇଥିବା ବିଭିନ୍ନ ଚାରାରୋପଣ କାର୍ୟ୍ୟକ୍ରମର ବିଶଦ ବିବରଣୀ ପ୍ରଦାନ କରିଥିଲେ ଓ ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଆଧାରରେ ବୌଦ୍ଧ ଜିଲ୍ଲାର ଜଙ୍ଗଲ ଆୟତନ ୧୯୪ ହେକ୍ଟର ବଢିଥିବା ବିଷୟରେ ଅବଗତ କରାଇଥିଲେ । ଏହାପରେ ଚଳିତ ୨୦୨୧ – ୨୨ ମସିହାରେ କାର୍ୟ୍ୟକାରୀ ହେବାକୁ ଥିବା ଚାରାରୋପଣ ଓ ଚାରା ବଣ୍ଟନ ବିଷୟରେ ବିଶଦ ଭାବରେ ଜଣାଇଥିଲେ ଯାହା ଏହି ବୌଦ୍ଧ ବନଖଣ୍ଡରେ ବ୍ଲକ ପ୍ରାକ୍ଟେଶନ ୨୦୬ ହେକ୍ଟର(୩୨୯୦୦୦ ଚାରା), ଗ୍ୟାପ ପ୍ରାକ୍ଟେଶନ ୨୩୨୬ ହେକ୍ଟର(୬୧୨୪୦୦ ଚାରା) ଓ ଏଭେନ୍ୟୁ ପୂନ୍ଶନ ୧୩୦ କି.ମି.(୩୨୬୦୦ ଚାରା) ସମୁଦାୟ ୯୭୮୯୦୦ ଚାରାରୋପଣ କରାଯିବ ଓ ସେହିପରି ୭୦୦୦୦୦ ଗୋଟି ଚାରା ବଣ୍ଟନ କରାଯିବ । ଜିଲ୍ଲାପାଳ ସମସ୍ତ ସଦସ୍ୟ ମାନଙ୍କୁ ନିଜ ନିଜ ବିଭାଗ ଦ୍ୱାରା ଯଥା ସମ୍ଭବ ଚାରାରୋପଣ କରିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି ।