ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତା ୭୫ତମ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବାସୀ କିଭଳି ନିଜ ନିଜ ଘରେ ଜାତୀୟ ପତାକା ତିରଙ୍ଗା ଉଡ଼ାଇ ପାରିବେ ସେ ସମ୍ପର୍କରେ ସଚେତନତା ବାର୍ତ୍ତା ଅଭିଯାନ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଟେଲେକଚୂଆଲ କ୍ଲବ, ଘୋରଡିଆ ଓ ନେହୁରୁ ଯୁବ କେନ୍ଦ୍ର, ପୁରୀ ମିଳିତ ଆନୁକୂଲ୍ୟରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା ପରିସରରେ ଶନିବାର ପୂର୍ବାହ୍ନରେ ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାରା ଦେଶ ଆଜାଦି କା ଅମୃତ ମହତ୍ସୋବ ପାଳନ ଅବସରରେ ପ୍ରତ୍ୟେକ ଘରେ ଜାତୀୟ ପତକା ତ୍ରିରଙ୍ଗା ଉଡାଇବା ପାଇଁ ବାର୍ତ୍ତା ଦେବା ସହ ଡେଲାଙ୍ଗ ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ତାଙ୍କ ନାମରେ ବୃକ୍ଷ ରୋପଣ କରିବା ଲକ୍ଷ୍ୟ ନେଇ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିବେଶବିତ ଦିଲ୍ଲୀପ କୁମାର ଧାଉଡିଆଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ମହାନ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାଶ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଚାରା ରୋପଣ ଶୁଭାରମ୍ଭ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଲଡୁକିଶୋର ସାମନ୍ତ ସିଂହାର, କୁଶବନ୍ତ କଅଁର, ଦିଗବିଜୟ ଭାଷ୍କଡ଼ାଗାମା ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ, ସ୍ତୁତି ସନ୍ଧ୍ୟା ମହାରଣା, ଲିପିକା ଭୋଇ, ବୈଷୟିକ ପ୍ରଶିକ୍ଷକ ରବିନାରାୟଣ ନାୟକ, ବିଶ୍ୱପ୍ରତାପ ବୈରିଗଞ୍ଜନ ଓ ପବିତ୍ର ମୋହନ ସାହୁ ପ୍ରମୁଖ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶେଷରେ ସ୍ୱେଚ୍ଛାସେବୀ ଦୁର୍ଗା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.