ଧବଳେଶ୍ଵର ଶିବ ମନ୍ଦିର ବେଢ଼ା ମଧ୍ୟରେ ରୁଦ୍ରାକ୍ଷ ଓ ଚନ୍ଦନ ଚାରା ରୋପଣ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ମୋହନଗିରି ଧବଳେଶ୍ଵର ଶିବ ମନ୍ଦିର ବେଢ଼ା ମଧ୍ୟରେ ୧୦ରୁ ଅଧିକ ରୁଦ୍ରାକ୍ଷ ଓ ଚନ୍ଦନ ଚାରା ରୋପଣ କରାଯାଇଛି । ଭୂପିନ୍ଦର ସାହୁ, ନନ୍ଦ ବଗର୍ତ୍ତି, ରବି ପରିଛା, କପିଳ ସାହୁ, ଉମେଶ ବିଶ୍ଵାଳ, ନବୀନ ପ୍ରଧାନ, ଶୁକ ଦେବ ସାହୁ, ଶ୍ରୀପତି ଭୋଇ, ରାଜୁ ସାହୁ, ମନ୍ମଥ ବେହେରା, ପ୍ରସନ୍ନ ନାଗ, ରାଧା ମୋହନ ବେହେରା ପ୍ରମୁଖ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ । ପ୍ରକାଶ ଯେ, ସୁଦୂର ନେପାଳରୁ ଏହି ଚାରା ସବୁ ରାଜକିଶୋର ସାହୁଙ୍କ ସାହାଯ୍ୟରେ ଅଣାଯାଇଥିଲା । ଏଭଳି ସୁନ୍ଦର୍ ପଦକ୍ଷେପକୁ ଅଞ୍ଚଳର ଲୋକେ ଭୂୟସୀ ପ୍ରଶଂସା କରିଥିଲେ ।

jittmm
Leave A Reply

Your email address will not be published.