ମର୍ଣ୍ଣିଂୱାକ ଯିବାବେଳେ ବୃଦ୍ଧଙ୍କୁ ଚାପିଦେଲା ଟ୍ରକ୍‌

ଭୁବନେଶ୍ଵର : ମର୍ଣ୍ଣିଂୱାକ ସାରି ଫେରୁଥିଲେ । ମାଡିଗଲା ବାଲି ବୋଝେଇ ଟ୍ରକ୍‌ । ଭୁବନେଶ୍ଵର ସ୍ଥିତ ଗଣ୍ଡମୁଣ୍ଡା କଳାଭୂମି ନିକଟ ନିକଟରେ ଦୁର୍ଘଟଣା । ମୃତକ ଜଣକ ହେଲେ ସଦାନନ୍ଦ ସ୍ଵାଇଁ(୭୨) । ସେ ଖଣ୍ଡଗିରି ଛକରୁ ମର୍ଣ୍ଣିଂୱାକ ସାରି ଘରକୁ ଫେରୁଥିଲେ । ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ନିକଟରେ ସଦାନନ୍ଦଙ୍କୁ ଚାପିଦେଇଥିଲା ବାଲି ବୋଝେଇ ଟ୍ରକ୍‌ । ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ପୋଖରୀପୁଟ ସ୍ଥିତ ଇଲେକ୍ଟି ଅଫିସ ଛକରେ ଝିଅ ସହ ରହୁଥିଲେ ସଦାନନ୍ଦ । ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇବା ସହ ଛାନ୍‌ଭିନ୍ କରୁଛି ଖଣ୍ଡଗିରି ପୋଲିସ ।

Leave A Reply

Your email address will not be published.