ଆଡ଼ି ବନ୍ଧରୁ ଲୁହା ଚାନେଲ ଗେଟ୍ ଚୋରି ଅଭିଯୋଗରେ ୨ଜଣ ଗିରଫ

ଆଠଗଡ଼ : ଆଡ଼ି ବନ୍ଧ ଲୁହା ଚାନେଲ ଗେଟ୍ ଚୋରି କରି ନେଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ୨ ଜଣଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି ଗୁରୁଡିଝାଟିଆ ଥାନା ପୋଲିସ । ସୂଚନା ଅନୁଗତେ, ଚାଷ ଜମିକୁ ପାଣି ମାଡିବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ଆଡ଼ି ବନ୍ଧ କରି ଲୁହା ଚାନେଲ ଗେଟ୍ ଲଗାଇ ଦିଆଯାଇଥିଲା । ହେଲେ ଏହାକୁ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁର କିଛି ଲୋକ ଚୋରି କରି ନେଇଥିଲେ । ଏନେଇ ଜଳସେଚନ ବିଭାଗ ଅଧିକାରୀ ଗୁରୁଡିଝାଟିଆ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିବା ପରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ପରେ ଗୁରୁଡିଝାଟିଆ ଥାନା ପୋଲିସ ଏକ ମାମଲା ରୁଜୁ କରି ୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.