ନୟାପାଲିରେ ନୂତନ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ଆଜି ମାଁ ବାଡ୍ରାଜ ଚଣ୍ଡୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଗ୍ରାମର ପୁରୋହିତ ଜୀବନକୃଷ୍ଣ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିନି ପଣ୍ଡିତ ବ୍ରାହ୍ମଣମାନେ ଉପସ୍ଥିତ ହୋଇ ମାଁ ଚଣ୍ଡୀଙ୍କର ମନ୍ଦିରକୁ ପ୍ରଥମେ ମନ୍ତ୍ର ପାଠ କରି ଶୁଦ୍ଧ କରିବା ପରେ ଠାକୁରାଣୀଙ୍କୁ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରାଇ ଆସ୍ଥାନରେ ବସାଇଥିଲେ । ଏହି ମନ୍ଦିରର ନିର୍ମାଣ ନିମନ୍ତେ ଅବସରପ୍ରାପ୍ତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମୀକ୍ଷକ ତଥା ସମାଜସେବୀ ନିତ୍ୟଗୋପାଳ ପାତ୍ର ଆର୍ଥିକ ସହାୟତା ପ୍ରଦାନ କରିବା ସହ ପ୍ରତିଷ୍ଠାରେ ସଂକଳ୍ପ ଧ୍ୟାନ କରିଥିଲେ । ଏଥିରେ ଗ୍ରାମର ସଭାପତି ତରୁଣକାନ୍ତି ପାତ୍ରଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ । ସଂଧ୍ୟାରେ ଖ୍ୟାତନାମା କଳାକାରମାନଙ୍କ ଦ୍ୱାରା ଚଣ୍ଡୀ ମଙ୍ଗଳ ଗାନ କରିବା ସହିତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଭକ୍ତିରସରେ ରସାଣିତ କରିଥିଲା ।

Leave A Reply

Your email address will not be published.