ନାଇଟ୍ ରାଇଡର୍ସକୁ ହରାଇ କିଙ୍ଗ ଏକାଦଶ୍ ଚମ୍ପିୟାନ୍

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ ଗ୍ରାମରେ ଚାରିଦିନ ବ୍ୟାପି ନୂଆଁଖାଇ ଧମାକା, ୭ମ ଭୁତିବାହାଲ ପ୍ରିମିୟର ଲିଗ୍-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଭେଟେରାନ୍ସ କ୍ରିକେଟ ଆସୋସିଏସନ ଭୁତିବାହାଲ ଆନୁକୁଲ୍ୟରେ ମା’ ଆଗଲପୁରୀଏନ୍ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଇ ମୁକାବିଲାରେ ଭୁତିବାହାଲ ନାଇଟ୍ ରାଇଡର୍ସକୁ ହରାଇ କିଙ୍ଗ ଏକାଦଶ୍ ଭୁତିବାହାଲ ଚମ୍ପିୟାନ୍ ହୋଇଛି । ଫାଇନାଇ ମ୍ୟାଚରେ ପ୍ରଥମେ ଟସ୍ ଜିତି ଭୁତିବାହାଲ ନାଇଟ ରାଇଡର୍ସ ଦଳ ନିର୍ଦ୍ଧାରିତ ୮ ଓଭରରେ ୫୮ରନ୍ କରିବାକୁ ସକ୍ଷମ ହୋଇଥିଲା, ଜବାବରେ କିଙ୍ଗ ଏକାଦଶ ଭୁତିବାହାଲ ଦଳ ଦୁଇଟି ବଲ ବାକି ଥାଇ ୮ ଉଇକେଟ ହରେଇ ମ୍ୟାଚକୁ ଜିତି ନେଇଥିଲା । ମ୍ୟାନ ଅଫ୍‌ ଦ ମ୍ୟାଚ ଜିତୁରାଜ ସାହୁ ପାଇଥିବା ବେଳେ ମ୍ୟାନ ଅଫ୍‌ ଦ ସିରିଜ ନାଇଟ ରାଇଡର୍ସ ଦଳର ନରେନ ସାହୁ ପାଇଥିଲେ । ଏହା ପୂର୍ବରୁ ଏଲିମିନେଟର ରାଉଣ୍ଡରେ କିଙ୍ଗ ଏକାଦଶ୍ ଭୁତିବାହାଲକୁ ହରାଇ ଭୁତିବାହାଲ ନାଇଟ୍ ରାଇଡର୍ସ୍ ଦଳ ଓ ରୟାଲ ଚେଲେଞ୍ଜର୍ସ ଭୁତିବାହାଲକୁ ହରାଇ କିଙ୍ଗ ଏକାଦଶ ଭୁତିବାହାଲ ଦଳ ଫାଇନାଇରେ ପ୍ରବେଶ କରିଥିଲେ । ଉଦଘାଟନୀ ଉତ୍ସବରେ ପଂଚାୟତ ସମିତି ଚେୟାରମେନ୍‌ ପ୍ରଣୟ ସାହୁ, ରାଇସଲ ପଦର ସରପଞ୍ଚ ନରେନ୍ଦ୍ର ଟଟଙ୍ଗ, ଶରଧାପାଲି ସରପଞ୍ଚ ସଂଜୀବ ଭୋଇ, ଭୁତିବାହାଲ ଗ୍ରାମର ୱାଡର଼୍ ମେମ୍ବର ଜଂଗଲୁ ବାଗ, ସମ୍ମାନିତ ଅତିଥି ନମୋଗୁରୁ ସାହୁ, ଅରକ୍ଷିତ ନାଗ, ରସିକ ସାହୁ, ଶିବପ୍ରସାଦ ସାହୁ, ସୁବାସନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉଦଯାପନୀ ଉତ୍ସବରେ ରାଇସଲପଦର ସରପଞ୍ଚ ନରେନ୍ଦ୍ର ଟଟଙ୍ଗ ବିଜୟୀ ଦଳକୁ ୫୦୦୦ ଟଙ୍କା ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହି ଲିଗରେ ଭାଗ ନେଇଥିବା ଚାରିଦଳକୁ କିଣିଥିଲେ ନକୁଳ ସାହୁ, ପ୍ରସନ୍ନ ସାହୁ, ରସିକ ସାହୁ, ପଦ୍ମଲୋଚନ ସାହୁ । ସମସ୍ତ ଟ୍ରଫି ଓ ଟେଣ୍ଟର ଦାୟିତ୍ୱ ନେବା ସହିତ ନିଜର ବହୁମୂଲ୍ୟ ସମୟ ଦେଇଥିଲେ ଲୋଚନ ସାହୁ । ଅମ୍ପାୟର ଦାୟିତ୍ୱରେ ଥିଲେ ଗୁରୁଦେବ ସାହୁ, ପବିତ୍ର ସାହୁ, ଦୁର୍ଗେଶ୍ୱର ବାଗ ଓ ମୋହନ ପୁଟେଲ । ମ୍ୟାଚ ଗୁଡିକର ବିବରଣୀ ପ୍ରଦାନ କରିଥିଲେ ଲୋଚନ ସାହୁ, ପୁସ୍ତମ୍ ଯୁଆଡି, ବିନ୍ଦୁ ସାଗର ନାଗ । ସ୍କୋରିଙ୍ଗ ଦାୟିତ୍ୱରେ ଥିଲେ ଜଗଦାନନ୍ଦ ନାଏକ, କୀର୍ତ୍ତିଚନ୍ଦ୍ର ସାହୁ, ଅଲେଖ ବାଗ ଓ ରମାକାନ୍ତ ନାଗ । ଅସୋସିଏନର ସମସ୍ତ ସଦସ୍ୟମାନେ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.