jayashree

ବଲାଙ୍ଗିର ଜିଲ୍ଲାସ୍ତରୀୟ ବେଂଚ ପ୍ରେସ ଓ ଡେଡ୍‌ଲିଫ୍ଟ ଚମ୍ପିୟାନସିପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଜିମନାଷ୍ଟିକ ଆସୋସିଏସନ୍‌ (ବିଡିଜିଏ) ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ପାଠାଗର ପରିସରରେ ଜିଲ୍ଲାସ୍ତରୀୟ ବେଂଚପ୍ରେସ ଓ ଡେଡ୍‌ଲିଫ୍ଟ ଚମ୍ପିୟାନସିପ୍‌ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ତଥା ସହରର ବିଭିନ୍ନ କ୍ଲବର ସଭ୍ୟମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢେଇ, ସମ୍ମାନୀତ ଅତିଥି ଭାବରେ ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକ, ଅତିଥି ଭାସ୍କର ରାଓ, ଗୋପାଳ ସୁନା ଏବଂ ବିଡିଜିଏ ସମ୍ପାଦକ ସଂଗ୍ରାମ ବହିଦାର, ସତ୍ୟନାରାୟଣ ଦର୍ଜି, ଭାଷ୍କର ରାଓ ପ୍ରମୁଖ ମଂଚାସୀନ ଥିଲେ । ମୁଖ୍ୟ ଆୟୋଜକ ସଞ୍ଜୟ ଶତପଥି (ବୁଲୁ) ସମସ୍ତ ଅତିଥି, ବିଚାରକ ଓ ଅଫିସିଆଲମାନଙ୍କୁ ମୋମେଣ୍ଟୋ ପ୍ରଦାନ କରିଥିଲେ । ମହିଳା ବେଂଚପ୍ରେସ ପ୍ରତିଯୋଗିତା ୫୯ କେଜି ବିଭାଗରେ ପ୍ରଥମ ଅର୍ଚ୍ଚନା ଚୌହାନ, ୭୬ କେଜି ବିଭାଗରେ ପ୍ରଥମ ନିତୁ ଡୁଙ୍ଗଡୁଙ୍ଗ, ଦ୍ୱିତୀୟ ଶୁଭଶ୍ରୀ ଗରୁଡ, ତୃତୀୟ ଲିପ୍‌ସା ମେହେର, ଡେଡ୍‌ଲିଫ୍ଟ ୬୨ କେଜି ବିଭାଗରେ ପ୍ରଥମ ଗୁଞ୍ଜନ ପାଣିଗ୍ରାହୀ, ଦ୍ୱିତୀୟ ଅର୍ଚ୍ଚନା ଚୌହାନ, ତୃତୀୟ ଗୀତାଞ୍ଜଳି ମିଶ୍ର, ଚତୁର୍ଥ ରୋଜି ବାଗ, ୬୮ କେଜି ବିଭାଗରେ ପ୍ରଥମ ନିତୁ ଡୁଙ୍ଗଡୁଙ୍ଗ, ଦ୍ୱିତୀୟ ସରିନା ଡୁଙ୍ଗଡୁଙ୍ଗ, ତୃତୀୟ ଲିପ୍‌ସା ମେହେର, ଷ୍ଟ୍ରଙ୍ଗ ଓମେନ୍‌ ଚମ୍ପିୟାନ ନିତୁ ଡୁଙ୍ଗଡୁଙ୍ଗ ହାସଲ କରିଥିଲେ । ପୁରୁଷ ବେଂଚ ପ୍ରେସ ୫୨ କେଜି ବିଭାଗରେ ପ୍ରଥମ ସାହିଲ ସ୍ୱାଇଁ, ଦ୍ୱିତୀୟ ହେମନ୍ତ ନାଗ, ୫୯ କେଜି ବିଭାଗରେ ପ୍ରଥମ ବିଶ୍ୱଜିତ ସୁନା, ଦ୍ୱିତୀୟ ଛୋଟୁ ୟାଦବ, ତୃତୀୟ ଧିରଜ କୁମାର ମେହେର, ୬୬ କେଜି ବିଭାଗରେ ପ୍ରଥମ ମିଳନ ନାଗ, ଦ୍ୱିତୀୟ ଆଦିତ୍ୟ ତାଣ୍ଡି, ତୃତୀୟ କାଶି ବୁଦ୍ଧିଆ ଓ ବିଷ୍ଣୁ ନାଏକ, ୭୪ କେଜି ବିଭାଗରେ ପ୍ରଥମ ଯୁବରାଜ ବରୁଆ, ଦ୍ୱିତୀୟ ଆଲୋକ ସାଗର, ତୃତୀୟ ସିଦ୍ଧାର୍ଥ ପାଢିରି, ୮୩ କେଜି ବିଭାଗରେ ପ୍ରଥମ ଆନନ୍ଦ ଛତର, ଦ୍ୱିତୀୟ ଉଦୟନାଥ ମହାରଥା, ତୃତୀୟ ଶିବୁ ରାଉତ, ଡେଡ୍‌ଲିଫ୍ଟ ବିଭାଗରେ ୫୨ କେଜି ବିଭାଗରେ ପ୍ରଥମ ହେମନ୍ତ ନାଗ, ଦ୍ୱିତୀୟ ସାହିଲ ସ୍ୱାଇଁ, ୫୯ କେଜି ବିଭାଗରେ ପ୍ରଥମ ଧିରଜ କୁମାର ମେହେର, ଦ୍ୱିତୀୟ ଛୋଟୁ ୟାଦବ, ୬୬ କେଜି ବିଭାଗରେ ପ୍ରଥମ କାଶି ବୁଦ୍ଧିଆ, ଦ୍ୱିତୀୟ ଆଦିତ୍ୟ ଅନୁରାଗ ମାଝି, ତୃତୀୟ ନିଖିଳ ସୁନା, ଚତୁର୍ଥ ସେକ୍‌ ଅକତର, ୭୪କେଜି ବିଭାଗରେ ପ୍ରଥମ ଆଲୋକ ସାଗର, ଦ୍ୱିତୀୟ ସୁଧାଂଶୁ ଶେଖର ସାହୁ, ତୃତୀୟ ଅସ୍ତିକ ରାଜସ୍ୱି, ୭୯ କେଜି ବିଭାଗରେ ପ୍ରଥମ ଶ୍ରୀମନ କୁମାର, ଦ୍ୱିତୀୟ ସନାତନ ପଟ୍ଟନାୟକ, ତୃତୀୟ ଓମ୍‌କାର ଡାଙ୍ଗ ଓ ବଦ୍ରିନାଥ ମହାରଥା, ଷ୍ଟ୍ରଙ୍ଗ ମେନ ଆଲୋକ ସାଗରଙ୍କୁ ଚମ୍ପିୟାନ ଅଫ୍‌ ଚମ୍ପିୟାନ ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାକୁ ସଫଳ କରିବାରେ ସଭ୍ୟ ଜିତେନ୍ଦ୍ର ନାଗ, ଅନିଲ ନାଏକ, ସାର୍ଥକ ଶ୍ରୀବାସ୍ତବ, ବବନ ମିଶ୍ର, ନିକେଶ କୁମାର, ରାମ ସିଂହ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.