oom

ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଦାଶରଥୀ ସାହୁ ଚାମ୍ପିୟନ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜାରେ ଓପନ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚେସ୍‌ ଆସୋସିଏସନର ସଂପାଦକ ଇଂ ଦେବବ୍ରତ ଭଟ୍ଟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ଯୁବ ନେତା ନିହାର ରଂଜନ ବେହେରା, କମିଟି ସଭାପତି ଉମାକାନ୍ତ ପଟେଲ, ବିଜେଡି ବ୍ଲକ ସଭାପତି ପଂଚୁ ପଧାନ, ଭରସୁଜା ସରପଂଚଙ୍କ ପ୍ରତିନିଧି ଲଳିତ ସାହୁ, ଆରବିଟ୍ରେଟର ବିଧୁଭୂଷଣ ମିଶ୍ର ଓ ସରୋଜ କୁମାର ବେହେରା, ଜିଲ୍ଲା ଚେସ୍‌ ସଂଘ ସଭାପତି ପ୍ରିୟବ୍ରତ ପଣ୍ଡା, ବିଘ୍ନେଶ୍ୱର ଯୋଶି, ବିନୟ ସାହୁ, ସମାଜସେବୀ ପର୍ଶୁରାମ ସରାଫ ପ୍ରମୁଖ ମଂଚାସୀନ ଥିଲେ । ଉତ୍ସବରେ ଶିଶୁ, ମହିଳା, ପୁରୁଷ ଆଦି ୨୦ ଜଣଙ୍କୁ ଟ୍ରଫି ସହ ନଗଦ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଭୁବନେଶ୍ୱରର ଦାଶରଥୀ ସାହୁ ଚାମ୍ପିୟନ ହୋଇ ଚାମ୍ପିୟନ ଟ୍ରଫି ସହ ନଗଦ ଅର୍ଥ ରାଶି ପୁରସ୍କାର ଗ୍ରହଣ କରିଥିଲେ । ଦ୍ୱିତୀୟ ପୁରସ୍କାର ଟ୍ରଫି ସହ ନଗଦ ଅର୍ଥ ରାଶି ଗଜପତି ଜିଲ୍ଲାର ବିରେନ୍ଦ୍ର ହୋତାଙ୍କୁ ପ୍ରଦାନ କରାଯାଇଥିଲା । ତୃତୀୟ ପୁରସ୍କାର ଟ୍ରଫି ସହ ନଗଦ ଅର୍ଥ ରାଶି ଭରସୁଜାର ବିରଞ୍ଚି କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । କମିଟି ସଭାପତି ଉମାକାନ୍ତ ପଟେଲ, ସଂପାଦକ କରୁଣାକର ପାତ୍ର, କୋଷାଧ୍ୟକ୍ଷ ଭଜମନ ସାହୁ ତଥା କମିଟିର ସମସ୍ତ ସଭ୍ୟବୃନ୍ଦ ଓ ଗ୍ରାମବାସୀଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟଟି ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା । ଶେଷରେ ପଂଚୁ ପଧାନ ଧନ୍ୟବାଦ ଅର୍ପଣ ସହ ସଭା ସାଂଗ କରିଥିଲେ ।

jittmm
Leave A Reply

Your email address will not be published.