ଓଡ଼ିଶା ମହିଳା ଦଳ ଚାମ୍ପିୟନ୍‌

ଭୁବନେଶ୍ୱର : ୧୫ତମ ଜାତୀୟ ରଗ୍‌ବୀ ଚାମ୍ପିୟନସିପ୍‌ରେ ଚାମ୍ପିୟନ୍‌ ହୋଇଛି ଓଡ଼ିଶା ମହିଳା ଦଳ । କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଓଡ଼ିଶା ୪୭-୭ ପଏଣ୍ଟରେ ବିହାରକୁ ପରାସ୍ତ କରିଥିଲା । ଦିଲ୍ଲୀ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା । ସେହିପରି ପୁରୁଷ ବର୍ଗରେ ଅନୁଷ୍ଠିତ ଫାଇନାଲ୍‌ରେ ଦିଲ୍ଲୀ ହରିକେନ ଏକ ପାଖିଆ ଭାବରେ ୧୦୦-୩ ପଏଣ୍ଟରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା । ତେବେ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଇଣ୍ଡିଆନ୍‌ ଆର୍ମି ୪୦-୧୮ରେ କିସ୍‌କୁ ପରାସ୍ତ କରିଥିଲା । ପୂର୍ବତନ ରଗ୍‌ବୀ ଖେଳାଳି ଗଣେଶ ହେମ୍ବ୍ରମ, ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏସନ୍‌ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, କ୍ରୀଡା ଓ ଯୁବସେବା ଅଧିକାରୀ ୟଶ ଚଭନ, କିଟ୍‌ କ୍ରୀଡା ଅଧିକାରୀ ରୁଦ୍ର କେ ଜେନା ଏବଂ କୋଚ ମାନସ କୁମାର ଜେନା ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ଥିଲେ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ ସଭାପତି ପ୍ରିୟଦର୍ଶୀ ମିଶ୍ର ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!