ପ୍ରଥମ ଖୁଣ୍ଟିଗୋରା ବ୍ୟାଡ୍‌ମିଣ୍ଟନ୍‌ ଲିଗ ଉଦ୍‌ଯାପିତ, ସୋନମ‐ସୁନିଲ ଯୋଡି ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ବ୍ୟାଡ୍‌ମିଣ୍ଟନ ଆସୋସିଏସନ ଦ୍ବାରା ସ୍ଥାନୀୟ ସତ୍‌ସଙ୍ଗ ପଡିଆରେ ଆୟୋଜିତ ହୋଇଥିଲା ପ୍ରଥମ ଖୁଣ୍ଟିଗୋରା ଫ୍ଲଡ୍‌ଲାଇଟ୍‌ ମ୍ୟାନ୍‌ସ ବ୍ୟାଡ୍‌ମିଣ୍ଟନ ଲିଗ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ନକ ଆଉଟ ଭିତ୍ତିରେ ୩ସେଟ ଅନୁଯାୟୀ ଖେଳ ହୋଇଥିଲା । ଏଥିରେ ସର୍ବମୋଟ୍‌ ୨୨ଟି ଯୋଡି ଅଂଶଗ୍ରହଣ କରିଥିଲେ । ଅନ୍ତିମ ଦିବସରେ ‘ବି’ ଗ୍ରୁପ ପକ୍ଷରୁ ୧୧ ଯୋଡି ଖେଳାଳୀଙ୍କ ମଧ୍ୟରେ ଖେଳ ହୋଇଥିଲେ । ଆଜିର ଅନୁଷ୍ଠିତ ଲିଗ ମ୍ୟାଚରେ ଖୁଣ୍ଟିଗୋରା ଶିବା‐ଉତ୍କଳ ଯୋଡି ୧୨-୧୫ ଏବଂ ୧୨-୧୫ ସେଟରେ କଣ୍ଟାମାଳ ବାବୁ‐ଜଗନ୍ନାଥ ଯୋଡି ଠାରୁ ପରାସ୍ତ, ଖୁଣ୍ଟିଗୋରା ସଞ୍ଜିବ‐ଦେବେନ ଯୋଡି ୪-୧୫ ଏବଂ ୧୦-୧୫ ସେଟରେ କଣ୍ଟାମାଳ ସୋନମ୍‐ସୁନିଲ ଯୋଡି ଠାରୁ ପରାସ୍ତ, ଖୂଣ୍ଟିଗୋରା ଲମ୍ବୋଦର‐ଆଲୋକ ଯୋଡି ୧୩-୧୫, ୧୫-୯ ଏବଂ ୧୧-୧୫ ସେଟରେ କଣ୍ଟାମାଳ ଶାନ୍ତନୁ‐ସୁନିଲ ଯୋଡି ଠାରୁ ପରାସ୍ତ, କଣ୍ଟାମାଳ ଟୁକୁ‐ଅମିତ ୧୫-୧୧ ଏବଂ ୧୫-୭ କଣ୍ଟାମାଳ ଦାମ‐ପାର୍ଟନର ଯୋଡିକୁ ପରାସ୍ତ, ବାଲିଗୁଡା ସୁଶାନ୍ତ‐ପାର୍ଟନର ଯୋଡି ୧୦-୧୫ ଏବଂ ୧୦-୧୫ ସେଟରେ ସୋନମ‐ସୁନିଲ ଠାରୁ ପରାସ୍ତ, କଣ୍ଟାମାଳ ଶାନ୍ତନୁ‐ସୁନିଲ ୧୫-୮, ୧୨-୧୫ ଏବଂ ୧୫-୧୩ ସେଟରେ କଣ୍ଟାମାଳ ପ୍ରଧାନ‐ପାର୍ଟନର ଯୋଡିକୁ ପରାସ୍ତ, ଖୁଣ୍ଟିଗୋରା ରଜତ‐ରାଜେଶ ଯୋଡି ୧୦-୧୫ ଏବଂ ୫-୧୫ ସେଟରେ କଣ୍ଟାମାଳ ଟୁକୁ‐ଅମିତ ଯୋଡି ଠାରୁ ପରାସ୍ତ ହୋଇଥିଲେ । ତୃତୀୟ କ୍ବାଟର ଫାଇନାଲ ଖେଳରେ କଣ୍ଟାମାଳ ସୋନମ‐ସୁନିଲ ଯୋଡି ୧୫-୧୦ ଏବଂ ୧୫-୩ ସେଟରେ କଣ୍ଟାମାଳ ବାବୁ‐ଜଗନ୍ନାଥ ଯୋଡିକୁ ଏବଂ ଚତୁର୍ଥ କ୍ବାଟର ଫାଇନାଲ ଖେଳରେ କଣ୍ଟାମାଳ ଟିକୁ‐ଅମିତ ଯୋଡି ୧୫-୭ ଏବଂ ୧୫-୮ ସେଟରେ କଣ୍ଟାମାଳ ଶାନ୍ତନୁ‐ସୁନିଲ ଯୋଡିକୁ ପରାସ୍ତ କରିଥିଲେ । ଦ୍ବିତୀୟ ସେମି ଫାଇନାଲ ଖେଳରେ କଣ୍ଟାମାଳ ସୋନୁ‐ସୁନିଲ ଯୋଡି ୧୫-୪ ଏବଂ ୧୫-୭ ସେଟରେ କଣ୍ଟାମାଳ ଟିକୁ‐ଅମିତ ଯୋଡିକୁ ପରାସ୍ତ କରି ପୂର୍ବରୁ ‘ଏ’ ଗ୍ରୁପ ପକ୍ଷରୁ ଫାଇନାଲକୁ ଉତିନ୍ନ ହୋଇଥିବା ବାଲିଗୁଡା ପିଣ୍ଟୁ‐ପାର୍ଟନର ଯୋଡି ସହିତ ଫାଇନାଲ ଖେଳ ଖେଲିଥିଲେ । ବାଲିଗୁଡା ଯୋଡି ଟସ୍ ଜିତି ପ୍ରଥମେ ସାଇଟ ଚୟନ କରି କଣ୍ଟାମାଳ ଯୋଡିକୁ ସାର୍ଭିସ ପାଇଁ ଆମନ୍ତ୍ରଣ କରିଥିଲେ । ୧୩-୨୧ ଏବଂ ୧୦-୨୧ ସେଟରେ ବାଲିଗୁଡାକୁ ହରାଇ କଣ୍ଟାମାଳ ପ୍ରତିଯୋଗିତାର ଚାମ୍ପିଅନ ବିଜେତା ହୋଇଥିଲା । ପୁରସ୍କାର ବିତରଣ ସଭାରେ ଖୁଣ୍ଟିଗୋରା ପିଏଚସି ଚିକିତ୍ସକ ଡାଃ ଆନନ୍ଦ ଭୁଏ ମୁଖ୍ୟ ଅତିଥି ଏବଂ ବିଜେଡି ଯୁବନେତା ସୁଧାଂଶୁ ରଣା, ଘଣ୍ଟାପଡା ଫାଣ୍ତି ଅଧିକାରୀ ପ୍ରଶାନ୍ତ ମଲିକ, ପଲସାଗୋରା ଜିଆରଏସ୍ ସମୀର ଖଟୁଆ, ଶିକ୍ଷାବିଦ ମନ୍ଦରଧର ବେହେରା, ଧର୍ମାନନ୍ଦ ସାହୁ, ଦେବାନନ୍ଦ ବେହେରା, ସମାଜସେବୀ ଅଶୋକ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବେଷ୍ଟ ସ୍ମାସର୍ ଭାବେ କଣ୍ଟାମାଳର ଖେଳାଳୀ ସୋନମକୁ ଏବଂ ବେଷ୍ଟ ଡିଫେଣ୍ତର ଭାବେ ବାଲିଗୁଡାର ଖେଳାଳୀ ପ୍ରଦୀପ ଏବଂ ବାଲିଗୁଡା ଯୋଡିକୁ ଉପବିଜେତା ଓ କଣ୍ଟାମାଳ ଯୋଡିକୁ ଚାମ୍ପିଅନ ଭାବେ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ବିଶ୍ବରଞ୍ଜନ ସାହୁ ଖେଳ ପରିଚାଳନା କରିଥିଲେ ଏବଂ ଉତ୍କଳ, ଦେବେନ୍ଦ୍ର, ଶିବା ଓ ଆଦର୍ଶ ଲାଇନମେନ ଥିଲେ । ଶଙ୍କର୍ଷଣ ସାହୁ ଏବଂ ସୁଶାନ୍ତ ବାରିକ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଆଲୋକ ସାହୁ ସ୍କୋରର୍ ଥିଲେ । ଶ୍ୟାମସୁନ୍ଦର ବେହେରା ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!