centurian jitm

JMKCC ସମ୍ବଲପୁରକୁ ହରାଇ ରିଙ୍କୁ ଅଜୁବା-୧୧ ପଦ୍ମପୁର ଚମ୍ପିୟାନ

ଗାଇସିଲଟ, (ପୁସ୍ତମ୍ ଯଆଡ଼ି ) : ୨ୟ ବର୍ଷ ରାଜ୍ୟସ୍ତରୀୟ ରାତ୍ରିକାଳୀନ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଭୁତିବାହାଲ୍ ସ୍ଥାନୀୟ ମାଁ ଆଗଲପୁରିଏନ୍ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ୮ ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ JMKCC ସମ୍ବଲପୁର ଓ ଋଙ୍କୁ ଅଜୁବା-୧୧ ପଦ୍ମପୁର ଫାଇନାଲରେ ପ୍ରବେଶ କରିଥିଲ । ଫାଇନାଲ ମ୍ୟାଚରେ JMKCC ସମ୍ବଲପୁରକୁ ୪ ୱିକେଟରେ ପରାସ୍ତ କରି ରିଙ୍କୁ ଅଜୁବା-୧୧ ପଦ୍ମପୁର ଦଳ ଚମ୍ପିୟାନ ହୋଇଛି । ନିର୍ଦ୍ଧାରିତ ୧୦ ଓଭରରେ ସମ୍ବଲପୁର ଦଳ ୯୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ପଦ୍ମପୁର ଦଳ ୬ ୱିକେଟ୍ ହରାଇ ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିଥିଲା । ମ୍ୟାନ୍ ଅଫ ଦ ମ୍ୟାଚ୍ ମୁକେଶକୁ ଦିଆଯାଇଥିବାବେଳେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ପଦ୍ମପୁରର ଛୋଟୁ ଆକାଶ (ମହେନ୍ଦ୍ର ଚନ୍ଦନ)କୁ ଦିଆଯାଇଥିଲା । ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ନିମନ୍ତ୍ରୀତ ଅତିଥି ଭାବେ ଗାଁର ଗୌନ୍ତିଆ କୈଳାସ ଚନ୍ଦ୍ର ନାଗ, ୱାର୍ଡମେମ୍ବର ଦିବ୍ୟକିଶୋର ସାହୁ, ସୁବାସନ ସାହୁ, ନମୋଗୁରୁ ସାହୁ, ଜଂଗଲୁ ବାଗ୍, ଦୁର୍ଯୋଧନ ସାହୁ, ନକୁଳ ସାହୁ, ଦୁର୍ଲ୍ଲଭ ସାହୁ, ଅରକ୍ଷିତ ନାଗ, ଶଂକର ନନ୍ଦ, ରସିକ ସାହୁ, ସୁନୀଲ ସାହୁ, ଫଟୁ ସାହୁ, ଗୁଣନିଧି ସାହୁ ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହ ଟ.୨୦୦୦୦/- ଏବଂ ଉପ ବିଜେତା ଦଳକୁ ଟ୍ରଫି ସହ ଟ.୧୫୦୦୦/- ଟଂକା ପ୍ରଦାନ କରିଥିଲେ । ଅମ୍ପୟାର ଦାୟିତ୍ୱରେ ଥିଲେ ବନମାଳୀ ପଟେଲ, ପିଙ୍କୁ ବାଗ୍, ରୁଦ୍ରମଣି ସାହୁ, ସରୋଜ ସାହୁ ଏବଂ ଘନଶ୍ୟାମ ବାଗ୍ । ମ୍ୟାଚ୍ ଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲେ ପୁସ୍ତମ ଯୁଆଡି, ଲୋଚନ ସାହୁ, ଏବଂ ଲୋକନାଥ ସାହୁ । ସ୍କୋରିଙ୍ଗ ଦାୟିତ୍ୱରେ ଥିଲେ ଶାନ୍ତନୁ ସାହୁ । ଟେଣ୍ଟ ହାଉସରେ ସହଯୋଗ କରିଥିଲେ ଲୋଚନ ଟେଣ୍ଟ ହାଉସ୍ ଏବଂ ସାଉଣ୍ଡ ସଜ୍ଜାରେ ମାଁ ସମଲେଇ ଡି.ଜେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉଦିତ ବାଗ୍, ସଞ୍ଜୟ ସାହୁ, ଦିଲ୍ଲୀପ ସାହୁ, ଜଗଦୀଶ ସାହୁ, ବିରେନ୍ ଜୁଆଡି, ଓ ପ୍ରସନ୍ନ କୁମାର୍ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.