oom

ଜିପିଏଲ୍ ଟ୍ରଫି ପ୍ରତିଯୋଗୀତା ୨୦୨୫ ପଞ୍ଚମ ସଂସ୍କରଣ ଚାମ୍ପିଆନ୍ କିଙ୍ଗ୍ ବିଜୟ

jsmm

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲିଠାରେ ଗାଁର ତିନି ଗୋଟି ଦଳ ରୋୟଲ୍ ଷ୍ଟ୍ରାଇକର୍, ଚାମ୍ପିଆନ କିଙ୍ଗ୍, ଟ୍ରଫି ଫାଇଟର୍ କୁ ନେଇ ଜିପିଏଲ ଟ୍ରଫି -୨୦୨୫ ଆୟୋଜିତ ହେଇଥିଲା । ଫାଇନାଲ ମେଚ୍ ଚାମ୍ପିଅନ କିଙ୍ଗ‌ ଓ ଟ୍ରଫି ଫାଇଟର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚାମ୍ପିଅନ କିଙ୍ଗର୍ ଅଧିନାୟକ ଘନଶ୍ୟାମ ମେହେର ଟସ୍  ଜିଣି ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଟ୍ରଫି ଫାଇଟର ନିର୍ଦ୍ଧାରିତ ୧୦ ଓଭରର ୭ ଓ୍ବିକେଟ୍ ହରାଇ ୧୧୧ ରନର ଲକ୍ଷ୍ୟ ଦେଇଥିଲେ । ସେହି ଲକ୍ଷ୍ୟନେଇ ଚାମ୍ପିଅନ କିଙ୍ଗ ୧୦ ଓଭର ଶେଷ ବଲରେ ୪ ୱିକେଟ୍ ହରାଇ ଫାଇନଲ୍ ମେଚରେ ବିଜୟ ହୋଇଥିଲେ । ଏଥିରେ ମେନ୍ ଅଫ୍ ଦ‌ ମ୍ୟାଚ୍ ଘନଶ୍ୟାମ ମେହେର ପାଇ ଥିବାବେଳେ ମେନ୍ ଅଫ୍ ଦ‌ ସିରିଜ୍ ମୁନା ମେହେର ପାଇଥିଲେ । ମ୍ୟାଚକୁ କ୍ରୀଡା ପରିଚାଳକ ଡଗ୍ରେଶ୍ୱର ମେହେର ଓ ହରି ମେହେର ପରିଚାଳନା କରୁଥିବା ବେଳେ ମଳୟ ତାଣ୍ଡି ଧାରାବାହିକ ପ୍ରଦାନ କରିଥିଲେ‌‌ ।

jittmm
Leave A Reply

Your email address will not be published.