ଅରବିନ୍ଦ ପଟେଲଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଚନ୍ଦ୍ର ଶେଖର ହାଇସ୍କୁଲର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ କୃଷ୍ଣଚନ୍ଦ୍ର ପଟେଲଙ୍କ ଜ୍ୟେଷ୍ଠ ପୁତ୍ର ଅରବିନ୍ଦ ପଟେଲ(୨୯)ଙ୍କ ଭୁବନେଶ୍ବର ମଣିପାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ଦେହାନ୍ତ ଘଟିଛି । ଆଜି ଶୁକ୍ରବାର ଦିନ ଜନ୍ମମାଟି ଜଗଦଲପୁର ଗ୍ରାମରେ ତାଙ୍କ ଅନ୍ତିମ ସଂସ୍କାର ସଂପର୍ଣ୍ଣ ହୋଇଛି । ସେ ଅତି ସରଳ ନିଷ୍କପଟ ସ୍ୱାଭିମାନୀ ଯୁବକ ଥିଲେ । ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ହଠାତ୍ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବନ୍ଧୁବାନ୍ଧବ ପହଞ୍ଚି ଶେଷ ଦର୍ଶନ କରିବା ସହ ତାଙ୍କର ଅଚୀର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ଜଗଦଲପୁର ମଣ୍ଡଳ ବିଜେପି ତରଫରୁ ବିନମ୍ର ପ୍ରାର୍ଥନା ଓ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.