jayashree

ବିଦ୍ୟୁତ ବିଭାଗର ଖାମଖିଆଲି କାମ ଯୋଗୁଁ ଅକାରଣରେ ଚାଲିଗଲା ନିରୀହ ଶିଶୁର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟୁତ ବିଭାଗର ଅପାରଗତା ତଥା ବିଦ୍ୟୁତ ବିଭାଗର ଭୁଲ କାମ ଯୋଗୁଁ ଅକାରଣରେ ଚାଲିଗଲା ସାତ ବର୍ଷର ଝିଅର ଜୀବନ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଜନକେଡା ଗ୍ରାମର ଜଣେ ସାତ ବର୍ଷର ଶିଶୁକନ୍ୟା ଖେଳୁଥିବା ସମୟରେ ଘର ସମ୍ମୁଖରେ ଥିବା ଇଲେକ୍ଟ୍ରିପୋଲ ସଂସ୍ପର୍ଶରେ ଆସି ଅଚେତ ହୋଇ ପଡିଲେ । ପରିବାର ଲୋକେ ପ୍ରଥମେ ତାଲପାଲି ଡାକ୍ତରଖାନା ଓ ପରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ପଦ୍ମପୁର ଡାକ୍ତରଖାନାରେ ଡାକ୍ତର ଶିଶୁକନ୍ୟାକୁ ମୄତ ଘୋଷଣା କରିଥିଲେ । ବିଦ୍ୟୁତ ଖୁଣ୍ଟଗୁଡିକ ମୁକୁଲା ଭାବରେ ପଡିରହିଛି ତଥା ବିଦ୍ୟୁତ ବିଭାଗ ପକ୍ଷରୁ ଠିକ ଭାବରେ ରକ୍ଷଣାବେକ୍ଷଣ ଯାଞ୍ଚ ନ କରିବା ଏବଂ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ କାରଣରୁ ବିଭିନ୍ନ ସମୟରେ ନିରୀହ ଲୋକଙ୍କ ପ୍ରାଣବାୟୁ ଉଡିଯାଉଛି । ଜନକେଡା ଅଞ୍ଚଳରେ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ମୄତ ଶିଶୁର ପରିବାର ବର୍ଗଙ୍କୁ କ୍ଷତି ପୂରଣ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.