ls

ଏପ୍ରିଲ ମାସରୁ ସମସ୍ତ ଟ୍ରେନ ଚାଲିବ : ରେଳ ମନ୍ତ୍ରଣାଳୟ

sb

ନୂଆଦି‌ଲ୍ଲୀ : ଦେଶରେ କରୋନା ମହାମାରୀ ଯୋଗୁଁ ପାଖପାଖି ୧ ବର୍ଷ ହେବ ଅଧିକାଂଶ ଟ୍ରେନ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଥିଲା । ଏବେ ପ୍ରାୟ ୬୫ ପ୍ରତିଶତ ପାସେଞ୍ଜର ଟ୍ରେନ୍ ଚାଲିଥିବା ବେଳେ ବର୍ତ୍ତମାନ ୩୦୦ରୁ ଅଧିକ ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ୍ ଟ୍ରାକରେ ଗଡୁଛି । ବ‌ର୍ତ୍ତମାନ କରୋନାର ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି । ତେବେ ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଏପ୍ରିଲ ମାସ ୧ ତାରିଖରୁ ସବୁ ପାସେଞ୍ଜର ଟ୍ରେନ ଚାଲିବ । ଏହା ମଧ୍ୟରେ ଜେନେରାଲ, ଶତାବ୍ଦୀ ଓ ରାଜଧାନୀ ଭଳି ଟ୍ରେନ ବି ସାମିଲ ରହିବ । ଏନେଇ ରେଳ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ମାସରେ ହୋଲି ପର୍ବ ଥିବାରୁ ରେଳଯାତ୍ରୀଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଯାହାକୁ ନେଇ ରେଳ ବିଭାଗ ଶତ ପ୍ରତିଶତ ରେଳ ଚଳାଇବାକୁ ପ୍ରସ୍ତୁତ ହେଉଛି । ବ‌ର୍ତ୍ତମାନ ଯେଉଁ କୋଭିଡ ସ୍ପେଶାଲ ଟ୍ରେନ ଚାଲୁଛି ସେଥିରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ ଅଧିକ ଭଡା ଦେବାକୁ ପଡୁଛି । ହେଲେ ସମ୍ପୁର୍ଣ୍ଣ ରେଳ ଚଳା ଚଳ ସ୍ୱାଭାବିକ ହେବା ପରେ କରୋନା ପୂର୍ବରୁ ଯେଭଳି ଭଡା ଥିଲା ତାହା ପୁଣି ଲାଗୁ ହେବ ।

pc pk
Leave A Reply

Your email address will not be published.