
ପୁଇଁତଲା, (କେପିଏନ୍ଏସ୍) : ଚାଲିଗଲେ ଜଗନ୍ନାଥ(୨୯) । ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜଗନ୍ନାଥଙ୍କ ପିତା ମହେନ୍ଦ୍ର ନାଗ । ମହେନ୍ଦ୍ର ନାଗ ପୁଇଁତଲା ଥାନା ଅନ୍ତର୍ଗତ ପୁଡ଼ାପାଲିର ସ୍ଥାୟୀ ବାସିନ୍ଦା । ତାଙ୍କ ଅଭିଯୋଗ ଅନୁସାରେ ଗତ ୨୭ ତାରିଖ ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ପୁଅ ଜଗନ୍ନାଥଙ୍କୁ ଖାଇବା ପାଇଁ ଡାକିବା ବେଳେ ସେ ଦେଖିଲେ ଯେ, ସେ ଥିବା କୋଠରୀର କବାଟ ବନ୍ଦ ହୋଇଛି । କବାଟ ଭାଂଗି ଦେଖିବା ବେଳକୁ ପୁଅ ଜଗନ୍ନାଥ ପଙ୍ଖାରେ ଗାମୁଛା ଲଗାଇ ଦେଇ ଝୁଲି ପଡ଼ିଛି । ତୁରନ୍ତ ସେମାନେ ସ୍ୱାମୀ ସ୍ତ୍ରୀ ତାଙ୍କ ପୁଅକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲ୍କୁ ନେଇଥିଲେ । ସେଠାରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର ଘୋଷଣା କଲେ । ତେବେ ପୁଅର ଆତ୍ମହତ୍ୟା ଉପରେ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହେନ୍ଦ୍ର ନାଗ ପୁଇଁତଲା ଥାନାରେ ଅଭିଯୋଗ କରିଛନ୍ତି ।