
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ମୁଖ୍ୟମନ୍ତ୍ରୀ ବସ୍ ଯୋଜନାର ଲକ୍ଷ୍ମୀ ବସ ଗତ ମଙ୍ଗଳବାର ଦିନରୁ ଚାଲୁ ନ ଥିବାରୁ ବ୍ଲକର ସମସ୍ତ ଗାଁରୁ ବସ୍ ଯୋଗେ ଯିବା ଆସିବା କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପ୍ରତିଦିନ ସକାଳୁ ଗ୍ରାମାଞ୍ଚଳର ଲୋକେ ବ୍ଲକ କାର୍ଯ୍ୟାଳୟକୁ ତଥା ବିଭିନ୍ନ କାର୍ଯ୍ୟରେ ଯିବାକୁ ଏହି ବସ୍ ଯୋଗେ ମୁଖ୍ୟ ଛକକୁ ଆସୁଥିବା ବେଳେ ଏହି ବସ୍ ଚାଲୁ ନ ଥିବାରୁ ବଧ୍ୟାବଧକତାରେ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି ଲୋକେ । ବଲାଙ୍ଗିର, ତୁଷୁରା, ଟିଟଲାଗଡ, ଭବାନୀପାଟଣା ପଟରୁ ଦେଓଗାଁ ବସ୍ ଷ୍ଟାଣ୍ଡ ସହ ବଙ୍ଗଳା ଛକରେ ଲକ୍ଷ୍ମୀ ବସକୁ ଅପେକ୍ଷା କରି ହଇରାଣ ହେଉଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ବସ୍ ଯୋଜନାର ବସ୍ ଚାଳକ ମାନେ ଆନ୍ଦୋଳନରତ ରହିଛନ୍ତି । ଫଳରେ ୨ଦିନ ହେଲା ବସ୍ ଚଳାଚଳ ବନ୍ଦ ରହିଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ବସ୍ ଉପରେ ନିର୍ଭରଶୀଳ ଥିବା ଲୋକେ । ବସ୍ ଚଳାଚଳ ସ୍ୱାଭାବିକ କରିବାକୁ ନେଇ ଲୋକେ ଦାବି କରିଛନ୍ତି ।