ଚଳନ୍ତା ପେପର ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଭାତପୁର ପଞ୍ଚାୟତର ପୁଟୁରୁଗୁଡା ଗ୍ରାମର ମୁଖ୍ୟ ରାସ୍ତା ନିକଟରେ ପେପର ବୋଝେଇ ଟ୍ରକ୍‌ ନମ୍ବର ଓଡ଼ି -୧୮ -ଏମ୍‌-୧୭୮୯ ଜେ. କେ. ପୁର ଠାରୁ ରାଞ୍ଚି ଅଭିମୁଖେ ଯାଉଥିବା ସମୟରେ ଚଳନ୍ତା ଗାଡିରେ ସଟ୍‌ ସର୍କିଟ ଯୋଗୁ ନିଆଁ ଲାଗିଥିବା ଡ୍ରାଇଭର କହିଛନ୍ତି । ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡିଟିକୁ ଅଟକାଇ ଦେଇଥିଲେ । ସ୍ଥାନୀୟ ଗ୍ରାମବାସୀ ଆସି ଦେଖିଲା ବେଳେ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳୁଥିବା ସମୟରେ ବିଷମକଟକର ଦମକଳ ବାହିନୀ ଓ ପୋଲିସ ଥାନାକୁ ଖବର ଦେଇଥିଲେ । ସେଠାକୁ ଦମକଳ ବାହିନୀ ଆସି ଟ୍ରକ୍‌ଟିକୁ ପାଣି ମାରି ବହୁତ ପରିଶ୍ରମ କରି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡିରେ ପେପର୍‌ ଥିବାରୁ ଗାଡିରେ ସମ୍ପୂର୍ଣ୍ଣ ନିଆଁ ଲାଗି ଯାଇଥିଲା । ଗାଡିଟି ଜେ. କେ. ପୁର ଗ୍ରାମର ପି. ସନ୍ତୋଷ କୁମାରଙ୍କର ବୋଲି ଜଣାପଡିଛି । ଘଟଣାସ୍ଥଳରେ ବିଷମକଟକ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ଆଇ. ଆଇ. ସି ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.