କଣ୍ଟାବାଞ୍ଜି ରେଲ ଷ୍ଟେସନରେ ବେଆଇନ ଗଞ୍ଜେଇ ଚାଲାଣ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ ଷ୍ଟେସନରେବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକରୀ ଓ ଆର୍‌ପିଏଫ୍‌ ପୋଲିସର ମିଳିତ ଚଢ଼ାଉରେ ୧୧ କେଜି ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁସାରେ ଗୁରୁବାର ସକାଳେ ଏକ ଜରିବସ୍ତାରେ ଗଞ୍ଜେଇ ନେଇ କଣ୍ଟାବାଞ୍ଜିରୁ ଟ୍ରେନ ଯୋଗେ ରାୟପୁର ଚାଲାଣ କରିବାକୁ କଣ୍ଟାବାଞ୍ଜି ଷ୍ଟେସନର ଏକ ନଂ ପ୍ଲାଟଫର୍ମରେ ରଖିଥିବା ସମୟରେ କଣ୍ଟାବାଞ୍ଜି ଅବକାରୀ ପୋଲିସ କୌଣସି ସୁତ୍ରରୁ ଖବର ପାଇଁ କଣ୍ଟାବାଞ୍ଜି ଆର୍‌ପିଏଫ୍‌ ପୋଲିସ ସାହାଯ୍ୟରେ ମିଳିତ ଚଢ଼ାଉ କରିଥିଲା । ସେଠାରୁ ୧୧ କେଜି ଗଞ୍ଜେଇ ଜବତ କରିବା ସହ କଣ୍ଟାବାଞ୍ଜି ସହରର ଧୁବାପଡାର ଗୋବିନ୍ଦ ବାଗ (୩୭)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କଣ୍ଟାବାଞ୍ଜି ଧାମନଡ଼ଙ୍ଗା ସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ଏବଂ ଏହି ଗଞ୍ଜେଇ ଚାଲାଣରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାହା ତଦନ୍ତ ଚାଲିଛି ବୋଲି କଣ୍ଟାବାଞ୍ଜି ଅବକାରୀ ଏସ୍‌ଆଇ ପ୍ରବୀଣ କୁମାର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.