oom

ହଳଦୀ ଓ ଦେଶୀଲ ଗ୍ରାମରୁ ଦୁଇ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରି ମୁରିବାହାଲ ପୁଲିସର କୋର୍ଟ ଚାଲାଣ, ଜେଲ୍ ଗଲେ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ୍ ପକ୍ଷରୁ ହଳଦୀ ଓ ଦେଶୀଲ ଗ୍ରାମରୁ ଦୁଇ ଜଣ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରି ଆଣି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ପୁଲିସ ସୂତ୍ରରୁ ସୂଚନା ଅନୁଯାୟୀ ଏହି ଥାନା ମାଳିଶିରା ପଞ୍ଚାୟତ ଦେଶୀଲ ଗ୍ରାମର କୁମର ବାଗଙ୍କ ପୁଅ ପ୍ରଭାକର ବାଗ(୪୦) ୨୦୧୧ ମସିହାର ଏକ ସିନ୍ଧି ଚୋରୀ ମାମଲାରେ ସଂପୃକ୍ତ ଥାଇ ସେହିଦିନୁ ଫେରାର ଥିବା ବେଳେ ପୁଲିସ୍ ତାଙ୍କୁ ନିଜ ଗାଁରୁ ଗିରଫ କରି ଆଣି ଥାନା କେସ୍‌ ନଂ ୧୬/୨୦୧୧ ଦଫା ୪୫୭, ୩୮୦ଆଇପିସିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ହଳଦୀ ଗ୍ରାମର ମକାରୁ ପଶାୟତଙ୍କ ପୁଅ ଧନୀ ପଶାୟତ(୩୫)ଙ୍କୁ ମଧ୍ୟ ୨୦୧୩ ମସିହାର ଏକ ଠକେଇ ମାମଲାରେ ସଂପୃକ୍ତ ଥାଇ ଫେରାର ଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରି ଆଣି ଥାନା କେସ୍‌ ନଂ ୧୪୩/୨୦୧୩ ଦଫା ୪୨୦,୪୯୮(ଏ) ଆଇପିସିରେ ଗିରଫ କରି ଆଣି କୋର୍ଟ ଚାଲାଣ କରାଯାଇଥିଲା । ଦୁଇ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରି ଆଣି କୋର୍ଟ ଚାଲାଣ କରାଯାଇଥିବା ବେଳେ ଉଭୟଙ୍କ ଜାମିନ ଆବେଦନ ନାକଚ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.