ଖପ୍ରଖୋଲ, (ଅଶୋକ କୁମାର ବାଗ)ବିବାହର ପ୍ରତିଶୃତି ଦେଇ ଜୋର ଜବରଦସ୍ତି ଶାରରୀକ ସମ୍ପର୍କ ରଖିଲା, ଆଉ ତା’ ପରେ ସବୁ କିଛି ନିଜ ମୋବାଇଲରେ କଏଦ କରି ଭାଇରାଲ କଲା ଆଉ ଏବେ ଜେଲଗଲା ଜଣେ ଯୁବକ । ଏଭଳି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଥିବାବେଳେ ଘଟଣାକୁ ନେଇ ଏବେ ଚାରି ଆଡେ଼ ବେଶ୍ ଚର୍ଚ୍ଚା । ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଥାନା ଅଧୀନ ଗମ୍ଭାରୀ ଗ୍ରାମର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଅଭିଯୋଗ ଜଣେ ଯୁବକ ବିରୋଧରେ ଗୁରୁତର ମାମଲା ରୁଜୁ ହୋଇଛି । ଘଟଣା ୧୩ ନଭେମ୍ବର ୨୦୨୫, ଦିନ ୨.୧୫ରେ ଘଟିଥିବାବେଳେ, ପୀଡିତା ଖପ୍ରାଖୋଲ ଥାନାକୁ ପହଞ୍ଚି ଲିଖିତ ଅଭିଯୋଗ ଦେଇଥିଲେ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଓଡିଆପାଳି ଗ୍ରାମର ୨୬ ବର୍ଷୀୟା ସୁରଥ ନାଗ ତାଙ୍କ ସହ ବଳପୂର୍ବକ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ବିବାହ କରିବେ ବୋଲି ଆଶ୍ୱାସନ ଦେଇଥିଲେ । କିନ୍ତୁ ପରେ ସେ ବିବାହ କରିବାକୁ ଅସ୍ୱୀକାର କରି ର୍ଦୁବ୍ୟବହାର ଆରମ୍ଭ କରିଥିଲେ । ଅଭିଯୋଗରେ ଆହୁରି ଅକଳା ହୋଇଛି ଯେ, ସୁରଥ ନାଗ ପୀଡିତାଙ୍କ ନଗ୍ନ ଛବି ତାଙ୍କ ମୋବାଇଲରେ ରଖିଥିଲେ । ପୀଡିତାଙ୍କ ବିବାହ ବରଗଡ଼ ଜିଲ୍ଲାର ପାଇକମାଲ ଥାନା ଅଧୀନ ମାଣ୍ଡୋସିଲ ଗ୍ରାମର ଗିରିଧାରୀ ଭୋଇ ସହ ନିର୍ଦ୍ଧାରିତ ହେବାପରେ, ସୁରଥ ନାଗ ସେହି ଅସମ୍ମାନଜନକ ଛବିକୁ ବରପକ୍ଷଙ୍କୁ ପଠାଇ ଦେଇଥିଲେ । ଏହାର ପରିଣତିରେ ପୀଡିତାଙ୍କ ବିବାହ ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଯାଇଛି । ଘଟଣାରେ ମନୋବେଦନାକୁ ସହିବାକୁ ଅସମର୍ଥ ହୋଇ ପୀଡିତା ଖପ୍ରାଖୋଲ ପୋଲିସ ଷ୍ଟେସନକୁ ଆସି ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଥିଲେ । ପୋଲିସ ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ସୁଦୂର ବେଙ୍ଗଲୋର ଠାରୁ ଅଭିଯୁକ୍ତ ସୁରଥ ନାଗକୁ ଗିରଫ କରି ଖପ୍ରାଖୋଲ ଥାନାକୁ ଆଣି କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେବା ସହିତ, ଯୁବତୀଙ୍କ ସୁରକ୍ଷା, ସମ୍ମାନ ଓ ଡିଜିଟାଲ ଅପରାଧ ବିରୋଧରେ କଡ଼ା କାନୁନୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପ୍ରତି ନୂଆ ଆଲୋଚନା ଆରମ୍ଭ ହୋଇଛି ।