ଡେଲିଭରି ବଏଙ୍କ ଠାରୁ ୨୩ କେଜି ଗଂଜେଇ ଜବତ : ୨ ଗିରଫ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ବାଉଁସୁଣୀ ପୋଲିସ ୨୩ କେଜି ଗଂଜେଇ ଜବତ କରିଥିବା ବେଳେ ବାଇକ୍‌ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ବାଉଁସୁଣୀ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସାହୁପଡା ଗ୍ରାମ ନିକଟରୁ ୨ ଜଣ ଡେଲିଭରି ବଏ ଗଂଜେଇ ଚାଲାଣ କରୁଥିବା ସମୟରେ ପୋଲିସ ମାଡି ବସିଥିଲା । ତାଙ୍କ ଠାରୁ ୨୩ କେଜି ଗଂଜେଇ ଜବତ କରିବା ସହିତ ଗୋଟିଏ ବାଇକ୍‌ ଓ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ୨ ଜଣ କିଆକଟା ଥାନା ସୁବର୍ଣ୍ଣପୁର ଗ୍ରାମର ପ୍ରକାଶ ପ୍ରଧାନ ଓ ସାହୁପଡ଼ା ଗ୍ରାମର ସଂଗ୍ରାମ ମହଲା ବୋଲି ସୂଚନା ମିଳିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ବାଉଁସୁଣୀ ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.