ରାୟଗଡା : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କୁମାରଧାମୁଣି ଛକ ନିକଟରେ ବାଇକ ଚାଳକଙ୍କୁ ପଛ ପଟୁ ଧକ୍କା ଦେଲା ମାଲବାହି ଟ୍ରକ । ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲାର କୋଲନରା ବ୍ଲକ ଅଧିନସ୍ଥ ଡୁମୁରିଗୁଡା ଗ୍ରାମପଂଚାୟତର ପରଡିଗୁଡା ଗ୍ରାମର ବାସିନ୍ଦା କପିଳ ଭୋଇ ତାଙ୍କର କାର୍ଯ୍ୟ କ୍ଷେତ୍ର ଇମ୍ଫା କାରଖାନାକୁ ଯାଉଥିବା ସମୟରେ ତାଙ୍କ ବାଇକ୍କୁ ପଛପଟରୁ ଏକ ମାଲବାହି ଟ୍ରକ୍ ନମ୍ବର ଏପି ୦୫ ଟି ଜି ୫୦୦୯ ଦୃତଗତିରେ ଆସି ଧକ୍କା ଦେଇଥିଲା । ଏହି ଘଟଣା ପରେ ନିକଟସ୍ଥ ଥେରୁବାଲି ଫାଣ୍ଡିର ଏଏସ୍ଆଇ ବସନ୍ତ କୁମାର ବେହେରା ଘଟଣା ସ୍ଥଳକୁ ଆସି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିଥିଲେ ଏବଂ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ବାଇକ୍ରୁ ଡେଇଁ ପଡି ଶ୍ରୀ ଭୋଇ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କ ବାଇକ୍ଟି ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହେଇଥିବା ଦେଖିବାକୁ ମିଳିଛି ।