om academy

ଜିଲ୍ଲା କାରାଗାରରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀମାନଙ୍କୁ ନେଇ ଏକ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସୁନେତ୍ର ଓ ଜିଲ୍ଲା ଅନ୍ଧତ୍ୱ ନିରାକରଣ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୫ ଜଣ ଅନ୍ତେବାସୀ ଚକ୍ଷୁ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ବିଭିନ୍ନ ରୋଗିଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଦୃଷ୍ଟିଦୋଷ ଥିବା ୩୯ଜଣ ରୋଗୀଙ୍କୁ ମାଗଣରେ ସୁନେତ୍ର ଚଷମା ପ୍ରଦାନ କରାଯାଇଥିଲା । ଏହି ଚକ୍ଷୁ ଶିବିରକୁ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଜୟନ୍ତ ପଟେଲ, ଚକ୍ଷୁ ସହାୟକ କୈଳାସ ସାମଲ ଓ ବାସୁଦେବ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.