ମୃତକଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

ତୁଷୁରା : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଡାହିମାଲ ଛକ ନିକଟରେ ମୁରଲୀଧର ସାହୁ(୬୭) ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍‌ ମାରିଥିଲା । ଫଳରେ ତାଙ୍କୁ ପରିବାର ଲୋକେ ତୁଷୁରା ଡାକ୍ତରଖାନା ନେଇଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୂର୍ବରୁ ମୁରଲୀଧର ମୃତ୍ୟୁ ପରେ ଚକ୍ଷୁଦାନ କରିବା ପାଇଁ ଘରେ କହିଥିଲେ ତେଣୁ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ମୁରଲୀଙ୍କ ଦୁଇଗୋଟି ଚକ୍ଷୁକୁ ଦାନ କରିଥିବା ତାଙ୍କ ପୁଅ ରାମ ସାହୁ ସୂଚନା ଦେଇଛନ୍ତି । ସ୍ୱର୍ଗତ ମୁରଲୀଙ୍କ ଏହି ମହତ୍‌ କାର୍ଯ୍ୟକୁ ସମସ୍ତେ ପ୍ରଂଶସା କରିଥିଲେ ।

Leave A Reply

Your email address will not be published.