jayashree

ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ମିରର ସୋସିଆଲ୍ ଫାଉଣ୍ଡେସନ ଓ ଜେପି ହସପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ସେକ୍ଟର ୧୬ ଶୁଭଦ୍ରାପଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ମିରରର ଅଧ୍ୟକ୍ଷ ବିଶ୍ବଜିତ ରାଉତଙ୍କ ଆବାହକତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ଜେପି ହସପିଟାଲ୍‌ର ସଂଯୋଜକ ସୁରେଶ ଶର୍ମା ଓ ସମାଜସେବୀ ବିଜୟ ସୁନ୍ଦରରାୟ ଓ ବିଭିନ୍ନ ଅନୁଷ୍ଠାନରୁ ପଶୁପତିନାଥ ଚାଟାର୍ଜୀ, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ବସୁମତି ମହାନ୍ତି, ନିଲମ ସାହୁ, ଗ୍ରେସି ଡେଭିଡ୍, ମୀନାକ୍ଷୀ ପାଢୀ ପ୍ରମୁଖ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଶିବିରରେ ପ୍ରାୟ ୧୨୦ ଜଣ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ଆବଶ୍ୟକ ସ୍ଥଳେ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ଏଭଳି କାର୍ଯକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.