
ଭୁବନେଶ୍ୱର : ବିଧାନସଭାରୁ ୧୨ ବିଧାୟକଙ୍କୁ ସସ୍ପେଣ୍ଡ ପ୍ରତିବାଦରେ କଂଗ୍ରେସର ଜୋରଦାର ପ୍ରତିବାଦ । ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାତିସାରା ଧାରଣା ଦେଲେ କଂଗ୍ରେସ ବିଧାୟକ । ସେମାନଙ୍କ ସହିତ ଦଳରେ ଅନେକ କର୍ମୀ ମଧ୍ୟ ରାତିସାରା ମାଷ୍ଟରକ୍ୟାଣ୍ଟିନ୍ ଛକରେ ଧାରଣା ଦେଇଛନ୍ତି । ମଙ୍ଗଳବାର ଦିନ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ବିଧାନସଭାରୁ ସସ୍ପେଣ୍ଡ କରାଯାଇଥିଲା । ଯାହାକୁ ବିରୋଧ କରି ରାତି ଯାଏ କଂଗ୍ରେସ ବିଧାୟକମାନେ ଧାରଣା ଦେଇଥିଲେ । ପରେ ସେମାନଙ୍କୁ ବସ୍ ଯୋଗେ କଂଗ୍ରେସ ଭବନରେ ଛାଡିଥିଲେ ସୁରକ୍ଷାକର୍ମୀ । ଯାହାପରେ ବିଧାୟକମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଧାରଣାରେ ବସିଥିଲେ । ରାତିସାରି ରାଜରାସ୍ତାରେ ଧାରଣା ଦେଇଥିଲେ ବିଧାୟକ । ତାଙ୍କ ଦଳୀୟ କର୍ମୀମାନେ ମଧ୍ୟ ସାଥ୍ ଦେଇଥିଲେ । ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଆମକୁ ନ୍ୟାୟ ଦରକାର । ୬ ମହିଳାଙ୍କ ସୁରକ୍ଷା ଆମର ଦାବି ଥିଲା । ହେଲେ ସରକାର ମାନିବାକୁ ନାରାଜ । ବିନା ଦୋଷରେ ଆମକୁ ସସ୍ପେଣ୍ଡ କରିଛନ୍ତି । ଯାହାକୁ ନେଇ ଆମକୁ ଧାରଣା ଦେଇଥିଲେ । ପିସିସି ସଭାପତି, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ନରସିଂହ ମିଶ୍ର ଆମକୁ ଦେଖା କରିବାକୁ ଆସିଥିଲେ । ହେଲେ ସେମାନଙ୍କୁ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ପୋଲିସ ଲଗାଇ ଆମକୁ ମାଡ଼ ମାରିବା ସହ ଗାଳିଗୁଲଜ କରିଛନ୍ତି ।