oum

ଚାଷୀଙ୍କ ପାଇଁ ବିଜେପି କର୍ମୀଙ୍କ ୩ ଘଣ୍ଟିଆ ଚକାଜାମ ଆନ୍ଦୋଳନ

jsm

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ନିକଟସ୍ଥ ଜାତୀୟ ରାଜପଥ ନିକଟରେ ଆଜି ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ ଆନ୍ଦୋଳନ ହୋଇଛି । ମେନ୍ ରୋଡ଼ରେ ଅଟକି ରହିଥିଲା ଶହ ଶହ ଗାଡ଼ି । ବିଭିନ୍ନ ମଣ୍ଡିରେ ପଡିରହିଥିବା ଧାନ ଉଠାଣ, ପୁନଃ ଟୁକନ ବ୍ୟବସ୍ଥା କରିବା ଆଦିକୁ ନେଇ ତରଭା ଗେଟ୍ ଆଗରେ ବିଜେପି କର୍ମୀ ଆନ୍ଦୋଳନ କରିଛନ୍ତି । ଆଜିର ଏହି ଆନ୍ଦୋଳନରେ ବିଜେପି ଦଳର ବରିଷ୍ଠ ନେତା ଗୋବିନ୍ଦ ମେହେର, ସୁରେଶ ମହଲା, ବିମଳ ମିଶ୍ରଙ୍କ ସମେତ ଅନେକ ବିଜେପି କର୍ମୀ ଓ ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.